କନଟେନମେଂଟ୍ ହଟିଲା

ବଲାଙ୍ଗିର, (କେପିଏନ୍ଏସ୍) : କରୋନା ସଂକ୍ରମଣ ସ୍ଥିତିକୁ ଅନୁଧ୍ୟାନ କରି ବଲାଙ୍ଗିର ପୌରାଂଚଳର ବେହେରାପାଲି ଏବଂ ୱାଡର଼୍ ନଂ.୧୯ ରୁଗୁଡ଼ିପଡ଼ାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି କନଟେନମେଂଟ୍ ଜୋନ୍ ଘୋଷଣାକୁ ହଟାଯାଇଛି । ତେବେ ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ନିର୍ଦେଶ ଅନୁସାରେ ଏହି କଟକଣା କୋହଳ କରା ଯାଇଥିବା ବେଳେ ସଂପୃକ୍ତ ଅଂଚଳରେ ସାମାଜିକ ଦୂରତା ରକ୍ଷା ପ୍ରତି ବିଶେଷ ଗୁରୁତ୍ୱ ଦିଆଯିବାକୁ କୁହାଯାଇଛି । ଆଜି ରାତି ୧୨ଟାରୁ ଏହି ନିର୍ଦେଶ କାର୍ଯ୍ୟକାରୀ ହେବ ବୋଲି ଦର୍ଶା ଯାଇଛି ।

Leave A Reply

Your email address will not be published.