jayashree

ଯକ୍ଷ୍ମାରୋଗର ଆରୋଗ୍ୟ ଓ ନିୟନ୍ତ୍ରଣ ଉପରେ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲା ପକ୍ଷରୁ, ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଯକ୍ଷ୍ମାରୋଗର ନିରାକରଣ ଓ ଆଶୁଆରୋଗ୍ୟ ଉପରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରା, ଜନସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ବରିଷ୍ଠ ଯକ୍ଷ୍ମା ଚିକିତ୍ସା ପରିଦର୍ଶକ ପ୍ରଭାତ କୁମାର ସାହୁ, ଡ଼ାଇବେଟିସି କାଉଁସିଲର ଡ଼ି. ଦେବହରି ରେଡ୍ଡୀ, ଟିବି ଚମ୍ପିୟାନ ମୁନା ବେହେରା ଓ ସ୍ୱେଚ୍ଛାସେବୀ ଅମ୍ବିକା ପ୍ରସାଦ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଟିବି ଅବା ଯକ୍ଷ୍ମାରୋଗ, ଡ଼ାଇବେଟିସ, ତମାଖୁ ବର୍ଜନ କରିବା ଏବଂ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସହ ବିଭିନ୍ନ ଖେଳ, ଗପ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସଚେତନତା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉକ୍ତ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏଥିସହ ସ୍ୱାସ୍ଥ୍ୟ ହିଁ ସମ୍ପଦ ଭାବେ ଅବଗତ କରାଇ ଯକ୍ଷ୍ମାରୋଗର ସଚେତନତା ପତ୍ର ବାଣ୍ଟିବା ସହ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ସମସ୍ତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଛାତ୍ରଛାତ୍ରୀଙ୍କୁ ନେଇ ସର୍ବ ଶେଷରେ ଏକ ଯକ୍ଷ୍ମା ରୋଗର ସ୍ଲୋଗାନ ଦେଇ କାର୍ଯ୍ୟକ୍ରମକୁ ସମାପନ କରାଯାଇଥିଲା ।

Leave A Reply

Your email address will not be published.