oom

ବରଗଡ ବ୍ଲକସ୍ତରୀୟ ଉଚ୍ଚାକାଂକ୍ଷୀ ଛାତ୍ରଛାତ୍ରୀଙ୍କ କର୍ମଶାଳା

jsmm

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ ଜର୍ଜ ଉଚ୍ଚ ବିଦ୍ୟାଳୟଠାରେ ଉଚ୍ଚାକାଂକ୍ଷୀ ଛାତ୍ରଛାତ୍ରୀଙ୍କର ଏକ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ ଶିବିରରେ ବ୍ଲକରେ ୧୦ଟି ସ୍କୁଲର ୧୦ ଜଣ ପ୍ରଧାନ ଶିକ୍ଷକ, ୪୦ଜଣ ମେଣ୍ଟର ଓ ୪୦ ଜଣ କେପ୍‌ଟେନ୍‌ ସର୍ବମୋଟ ୯୦ ଜଣ ପ୍ରଶିକ୍ଷଣ ନେଇଥିଲେ । ବରଗଡ଼ ଜିଲ୍ଲାପାଳ ଶ୍ରୀମତୀ ମନୀଷା ବେନାର୍ଜୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ‘ବରଗଡ ଇନୋଭେଶନ’ ନାମରେ ପିଲାମାନଙ୍କୁ ଉଚ୍ଚାକାଂକ୍ଷୀ କରିବା ପାଇଁ ଏକ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା । ଏହି ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ଆଜିର ଏହି ପ୍ରଶିକ୍ଷଣ ଶିବିରରେ ଜ୍ୟୋତିକାନ୍ତ ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବରଗଡ଼, ଶ୍ରୀମତୀ ସେବାଶ୍ରୀ ଭୋଇ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ବରଗଡ, ସାଧନ କର୍ମୀ ଭାବରେ ଶିକ୍ଷକ, ଛାତ୍ରଛାତ୍ରୀମାନଙ୍କୁ କିଭଳି ଭାବରେ ଏହି ପ୍ରକଳ୍ପକୁ ସଫଳ କରିବେ ଦିଗ୍‌ଦର୍ଶନ ଦେଇଥିଲେ । ଶ୍ରୀମତୀ ପୁଷ୍ପାଞ୍ଜଳି ଦାସ, ମିଥୁନ ପ୍ରଧାନ ସାହାଯ୍ୟ କରିଥିଲେ । ସଭାରେ ବରପାଲି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ମହାନା, ସରକାରୀ ବାଳିକା ହାଇସ୍କୁଲ, ବରଗଡ଼ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରେଣୁ ଦାସଶର୍ମା ଉପସ୍ଥିତ ଥିଲେ । ଜର୍ଜ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଫକୀର ମୋହନ ସାହୁ, ଡୋଳାମଣୀ ଶତପଥୀ, ସଦାନନ୍ଦ ଜାଲ ସଭା କାର୍ଯ୍ୟରେ ସାହାଯ୍ୟ କରିଥିଲେ । ସଭାରେ ବରଗଡ଼ ଜିଲ୍ଲାପାଳ ମହୋଦୟାଙ୍କର ଏହି ଉଚ୍ଚାକାଂକ୍ଷୀ ପ୍ରକଳ୍ପକୁ ସବୁ ମହଲରେ ସ୍ୱାଗତ କରାଯାଇଥିଲା ଓ ଶିକ୍ଷାର ଉନ୍ନତି ପାଇଁ ନେଉଥିବା ପଦକ୍ଷେପ ପାଇଁ ସାଧୁବାଦ ଦିଆ ଯାଇଥିଲା ।

jittmm
Leave A Reply

Your email address will not be published.