oom

ବର୍ଷାରେ କାନ୍ଥ ଭୁଷୁଡ଼ିଲା : ନାବାଳିକାଙ୍କ ମୃତ୍ୟୁ

jsmm

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଅନ୍ତର୍ଗତ ଦେଉଳଗାଁ ଗ୍ରାମ ପଞ୍ଚାୟତର ଘୁନ୍‌ଘୁଟିପାଲି ଗାଁରେ ପ୍ରବଳ ବର୍ଷା ଯୋଗୁଁ କାନ୍ଥ ପଡ଼ି ଜଣେ ୧୬ ବର୍ଷୀୟା ନାବାଳିକାର ମୃତ୍ୟୁ ଘଟିଥିବା ବେଳେ ଆଉ ଚାରିଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗତ ରାତି ସାରା ବର୍ଷା ଲାଗି ରହିଥିବା ବେଳେ ଘୁନ୍‌ଘୁଟିପାଲିର ଶୋଭାବନ ବାରଲେଣ୍ଡିଆଙ୍କ ମାଟିଘର କାନ୍ଥ ଭୁଷୁଡ଼ି ଯାଇଥିଲା ଏବଂ ଘର ମଧ୍ୟରେ ଶୋଇଥିବା ପରିବାର ବର୍ଗଙ୍କ ଉପରେ ତାହା ପଡ଼ିଥିଲା । ତେବେ ଏହି ଦୁର୍ଘଟଣାରେ ଝିଅ ଦୀପାଂଜଳିଙ୍କ ପ୍ରାଣହାନୀ ଘଟିଛି ଏବଂ ଶୋଭାବନଙ୍କ ସହ ତାଙ୍କ ସ୍ତ୍ରୀ ସତ୍ୟଭାମା, ଦୁଇ ପୁଅ ଦୀପକ ଓ ଦୀର୍ଯୁ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।

jittmm
Leave A Reply

Your email address will not be published.