ବିସ୍ଫୋରଣରେ ଭୁଷୁଡ଼ି ଗଲା ଛାତ

ବେଗୁନିଆ, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆର ମକୁନ୍ଦପୁରରେ ଗତକାଲି ରାତିରେ ଘଟିଛି ଏକ ବିସ୍ଫୋରଣ, ଯେଉଁଥିରେ ଭୁଷୁଡ଼ି ଯାଇଛି ଛାତ । ଆଖପାଖର ଘରମାନଙ୍କୁ ମଧ୍ୟ ଏହି ବିସ୍ଫୋରଣ କ୍ଷତି ପହଂଚାଇଥିବା କୁହାଯାଇଛି । ଏଥିରେ କାହାର ପ୍ରାଣହାନୀ ଘଟି ନଥିବା ସୂଚନାରେ ପ୍ରକାଶ । ତେବେ ବାଣ ତିଆରି ବେଳେ ବିସ୍ଫୋରଣ ଘଟିଥିବା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.