ବନ୍ୟା ପରିସ୍ଥିତି : ମାଲକାନଗିରିରେ ପ୍ରବଳ ବର୍ଷା

ମାଲକାନଗିରି, (କେପିଏନ୍‌ଏସ୍‌) : ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ଅଂଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି । କାଙ୍ଗୋରୁକୋଣ୍ଡା ସହ ବିଭିନ୍ନ ବ୍ରିଜ୍‌ ଉପରେ ବନ୍ୟା ପାଣି ଛୁଟୁଥିବା ଦେଖିବାକୁ ମିଳିଛି । ଅନେକ ରାସ୍ତା ମଧ୍ୟ ବନ୍ୟା ଜଳ ଯୋଗୁଁ ବିଚ୍ଛିନ୍ନ ହୋଇ ପଡ଼ିଥିବା ଖବର ମିଳିଛି । ସୂଚନାଯୋଗ୍ୟ ଯେ, ଗତ ତିନି ଦିନ ହେଲା ତୁହାକୁ ତୁହା ବର୍ଷା ଲାଗି ରହିଛି । ତା’ଫଳରେ ବିଭିନ୍ନ ନଦୀ, ଶାଖା ନଦୀ ତଥା ନାଳ ଗୁଡ଼ିକ ଫୁଲିବାରେ ଲାଗିଛି । ପାଣି ରାସ୍ତାକୁ ମଧ୍ୟ ଅନେକ ସ୍ଥାନରେ ମାଡ଼ି ଆସି ଘାଇ ସୃଷ୍ଟି କରିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଓଡ଼ିଶା ପାଣିପାଗ ବିଭାଗରୁ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ସୂଚନା ଦିଆଯାଇଛି । ଏପଟେ ଆଉ ଗୋଟିଏ ଲଘୁଚାପ ସୃଷ୍ଟି ହୋଇଥିବା ଖବର ମିଳିଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଏ ବର୍ଷ ଅପେକ୍ଷାକୃତ କମ୍‌ ବର୍ଷା ରେକଡର଼୍ ହୋଇଥିବା ବେଳେ ଏହି ଲଘୁଚାପ ବର୍ଷା ତାହା ପୂରଣ କରିବା ନେଇ ପାଣିପାଗ ବିଭାଗ ଆଶାପ୍ରକଟ କରିଛି ।

Leave A Reply

Your email address will not be published.