ଦେଶରେ ୬୩,୪୮୯ ଓ ଓଡ଼ିଶାରେ ୨୯୨୪ ଜଣ ଆଜି କରୋନା ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୮

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ଦେଶରେ ୬୩,୪୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ଆଜି ୨୯୨୪ ଜଣ ଆକ୍ରାନ୍ତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ଏମାନଙ୍କ ମଧ୍ୟରୁ ରାଜ୍ୟରେ ଅନୁଗୁଳ ଜିଲ୍ଲାରୁ ୩୭, ବାଲେଶ୍ୱର ଜିଲ୍ଲାରୁ ୧୨୭, ବରଗଡ଼ ଜିଲ୍ଲାରୁ ୪୮, ଭଦ୍ରକ ଜିଲ୍ଲାରୁ ୧୦୭, ବଲାଙ୍ଗିର ଜିଲ୍ଲାରୁ ୨୭, ବୌଦ୍ଧ ଜିଲ୍ଲାରୁ ୮, କଟକ ଜିଲ୍ଲାରୁ ୧୮୯, ଦେବଗଡ଼ ଜିଲ୍ଲାରୁ ୧୬, ଢେଙ୍କାନାଳ ଜିଲ୍ଲାରୁ ୪୦, ଗଜପତି ଜିଲ୍ଲାରୁ ୭୧, ଗଂଜାମ ଜିଲ୍ଲାରୁ ୩୧୮, ଜଗତସିଂହପୁର ଜିଲ୍ଲାରୁ ୪୭, ଯାଜପୁର ଜିଲ୍ଲାରୁ ୨୦୦, ଝାରସୁଗୁଡ଼ା ଜିଲ୍ଲାରୁ ୩୦, କଳାହାଣ୍ଡି ଜିଲ୍ଲାରୁ ୨୭, କନ୍ଧମାଳ ଜିଲ୍ଲାରୁ ୫୦, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬୦, କେଉଁଝର ଜିଲ୍ଲାରୁ ୨୬, ଖୋର୍ଦ୍ଧା ଜିଲ୍ଲାରୁ ୪୮୮, କୋରାପୁଟ ଜିଲ୍ଲାରୁ ୯୫, ମାଲକାନଗିରି ଜିଲ୍ଲାରୁ ୯୩, ମୟୁରଭଂଜ ଜିଲ୍ଲାରୁ ୧୩୬, ନବରଂଗପୁର ଜିଲ୍ଲାରୁ ୨୬, ନୟାଗଡ ଜିଲ୍ଲାରୁ ୧୪୨, ନୂଆପଡ଼ା ଜିଲ୍ଲାରୁ ୨୦, ପୁରୀ ଜିଲ୍ଲାରୁ ୧୪୪, ରାୟଗଡ଼ା ଜିଲ୍ଲାରୁ ୧୧୬, ସମ୍ବଲପୁର ଜିଲ୍ଲାରୁ ୩୭, ସୋନପୁର ଜିଲ୍ଲାରୁ ୩୮ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୬୧ ଜଣଙ୍କ ପଜିଟିଭ୍‌ ବାହାରିଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବର୍ତ୍ତମାନ ୯୦୮୫୦୮ ଜଣଙ୍କ କରୋନା ପରୀକ୍ଷା ହୋଇ ସାରିଥିବା ବେଳେ ୬୦,୦୫୦ ଜଣ ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୪୦,୭୨୬ ଜଣ ସୁସ୍ଥ ହୋଇ ଫେରିଥିବା କୁହାଯାଇଛି ।

jittmm
Leave A Reply

Your email address will not be published.