oom

କଣ୍ଟାବାଞ୍ଜି କେଭି ଡିଗ୍ରୀ ମହାବିଦ୍ୟାଳୟ ସହବନ୍ଧନ ପ୍ରସଙ୍ଗ : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରୁ ଆସିଲେ ତଦନ୍ତକାରୀ ଦଳ

jsmm

କଣ୍ଟାବାଞ୍ଜି, (ଅର୍ଜୁନ କୁମାର ହଂସ) : ରାଜେନ୍ଦ୍ର ମହାବିଦ୍ୟାଳୟ ବିଗତ ଶିକ୍ଷା ବର୍ଷରୁ ବିଶ୍ଵବିଦ୍ୟାଳୟରେ ପରିଣତ ହେବା ପରେ ଗୁରୁବାର ଦିନ ପ୍ରଥମ ଥର ପାଇଁ ସହବନ୍ଧନ ପ୍ରଦାନ ପାଇଁ ଏକ ତିନି ଜଣିଆ ଟିମ୍ ହିନ୍ଦୀ ବିଭାଗର ମୁଖ୍ୟ ଡ ସଞ୍ଜୟ କୁମାର ସିଂଙ୍କ ନେତୃତ୍ୱରେ ମହାବିଦ୍ୟାଳୟର ବିଭିନ୍ନ କାଗଜ ପତ୍ର ଓ ରେଜିଷ୍ଟର ଯାଞ୍ଚ କରିବା ସହ ମହାବିଦ୍ୟାଳୟର ଶ୍ରେଣୀ ପ୍ରକୋଷ୍ଠ ବୁଲିବା ସହ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀଙ୍କ ବିଭିନ୍ନ ବିଷୟର ବିଶେଷ ଉପଲବ୍ଧି ସବୁ ମଧ୍ୟ ଅନୁଧ୍ୟାନ କରିଥିଲେ । ଏହି ଦଳରେ ଦର୍ଶନ ଶାସ୍ତ୍ର ଅଧ୍ୟାପକ ଫ୍ରାନ୍ସିଶ୍ ବାର୍ଲା ଓ ବରିଷ୍ଠ କିରାଣି ହରେକୃଷ୍ଣ ହୋତା ସାମିଲ୍ ଥିଲେ । ସେମାନଙ୍କର ଏହି ପରିଦର୍ଶନ ଏବଂ କାଗଜ ପାତ୍ର ଯାଞ୍ଚ ପରେ ତାଙ୍କର ସୁପାରିସ ବିଶ୍ଵବିଦ୍ୟାଳୟର କୁଳପତିଙ୍କୁ ପ୍ରଦାନ କରିବେ ବୋଲି ଜଣାପଡିଛି । ଏହି ପରିଦର୍ଶନ ସମୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ରଙ୍କ ସମେତ ପ୍ରାଧ୍ୟାପକ ଦେବେନ୍ଦ୍ରନାଥ ମେହେର, ଲୋହିତାକ୍ଷ ଯୋଶୀ, ସବିତା ମହାପାତ୍ର, ପ୍ରଭାସିନୀ ରାଉତରାଏ, ଯଶୋବନ୍ତ ମିଶ୍ର, ଡ ସଞ୍ଜୟ କୁମାର ମିଶ୍ର, ନୀଳାମ୍ବର ସରକା, ଭଗବାନ ପ୍ରଧାନ, ପ୍ରତାପ ପାଣିଗ୍ରାହୀ, ଦୀନବନ୍ଧୁ କର, ରୋହିତ କୁମ୍ଭାର, ଲକ୍ଷଣ ବେହେରା, କରୁଣାକର ନାଇକ, ଦୀପାଳି ଶର୍ମା, ଅଙ୍କିତା ଦାସ, ଅର୍ନପୂର୍ଣା ପଣ୍ଡା, ସୁମନ ପଟେଲ, ଅନୁକମ୍ପା ପଧାନ, ଶୋଭନ ମହାନ୍ତି, ନମିତା ମହାନ୍ତି, ମନୀଷ ମହାନ୍ତି, ପଲ୍ଲଭୀ ଯୋଶୀଙ୍କ ସମେତ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ତଦନ୍ତକାରୀ ଦଳ ମହାବିଦ୍ୟାଳୟର କାଗଜ ପତ୍ର, ପରିବେଶ ଓ ଅନ୍ୟାନ୍ୟ ବିଷୟ ସବୁକୁ ଦେଖି ନିଜସ୍ୱ ଖୁସି ବ୍ୟକ୍ତ କରିଥିଲେ ।

jittmm
Leave A Reply

Your email address will not be published.