oom

ଭାଲୁକୁନ୍ଦ ଗାଁରେ ୧୬ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଦେଷଣ୍ଢ ପଞ୍ଚାୟତର ଭାଲୁକୁନ୍ଦ ଗାଁରେ ଅନୁଷ୍ଠିତ ହେବାକୁ ଥିବା ୧୬ ପ୍ରହର ନାମଯଜ୍ଞ ପାଇଁ ଶନିବାର ଅପରାହ୍ନରେ ସ୍ଥାନୀୟ ପୋଖରୀରୁ ଶତାଧିକ ମହିଳାଙ୍କ ଦ୍ୱାରା ପୂର୍ଣ୍ଣ କଳସ ଯାତ୍ରା ଆରମ୍ଭ ହୋଇ ପୂଜା ମଣ୍ଡପକୁ ପହଞ୍ଚିବା ପରେ ସନ୍ଧ୍ୟାରେ ଅଧିବାସ ପୂଜା ଉଦ୍‌ଯାପିତ ହୋଇଯାଇଛି । ରବିବାର ଦିନ ନାମଯଜ୍ଞ ଆରମ୍ଭ ହେବାକୁ ଥିବା ବେଳେ ମଙ୍ଗଳବାର ଦିନ ୧୧ଟା ସମୟରେ ପୂର୍ଣ୍ଣାହୂତୀ କାର୍ଯ୍ୟକ୍ରମ ହେବ । ଏହି ନାମଯଜ୍ଞରେ ପୂଜକ ଭାବେ ପଣ୍ଡିତ ଧର୍ମରାଜ ଶତପଥୀ ଦାୟିତ୍ୱ ନେଇଥିବା ବେଳେ ଯଜ୍ଞକର୍ତ୍ତା ଭାବେ ଶ୍ରୀମତୀ ଅନୁପମା ସାଏ ଓ ସୁରେନ୍ଦ୍ର ସାଏ ଦାୟିତ୍ୱ ନେଇଥିବା ଭାଲୁକୁନ୍ଦ ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି ।

jittmm
Leave A Reply

Your email address will not be published.