ହାପି ମୋମେଣ୍ଟସ ଅଫ୍ ଇଣ୍ଡିଆ ତରଫରୁ ଦୀପାବଳୀ ର ଦୀପଟିଏ ସହିଦ୍‌ଙ୍କ ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଅଫ୍ ଇଣ୍ଡିଆ ତରଫରୁ ଦୀପାବଳୀ ର ଦୀପଟିଏ ସହିଦ୍‌ଙ୍କ ପାଇଁ କାର୍ଯ୍ୟକ୍ରମ ସେକ୍ଟର -୧୬ ସ୍ଥିତ ଡିଏଭି ପବ୍ଲିକ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ଵ ଓ ବରିଷ୍ଠ ଶିକ୍ଷୟିତ୍ରୀ ସରୋଜା ଇନ୍ଦୁମତୀ ବାରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଆର୍‌ପିଏଫ୍‌ର ବରିଷ୍ଠ କମାଣ୍ଡାଣ୍ଟ ଅଶୋକ ଜାଲୱନିଆ ମୁଖ୍ୟ ଅତିଥି, ସ୍କୁଲର ଅଧ୍ୟକ୍ଷା ଯଶବିନ୍ଦର କୌର ଓ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ, ବିକାଶ ସ୍କୁଲର ଅଧ୍ୟକ୍ଷ ମନୋଜ ତ୍ରିପାଠୀ ସମ୍ମାନିତ ଅତିଥି, ଅନ୍ୟ ଅତିଥିଙ୍କ ମଧ୍ୟରେ ସାଗର ମହାନ୍ତି, ଗ୍ରେସୀ ଡେଭିଡ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ଜାଲୱନିଆ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ, ଦେଶର ସୀମା ଅଛି, ରାଷ୍ଟ୍ରର ସୀମା ନାହିଁ । ସଂସ୍କାରରେ ରାଷ୍ଟ୍ର ଚାଲିଛି । ପ୍ରତିଜ୍ଞା ଅନ୍ୟ ପାଖରେ କରାଯାଏ ମାତ୍ର ପ୍ରତିବଦ୍ଧତା ନିଜ ମଧ୍ୟରେ ଥାଏ । ସଂକଳ୍ପ ସାଥୀରେ ଥିଲେ ସିଦ୍ଧି ଲାଭ ହୁଏ । ଏହା ସହ ବହୁ ଗୁଡ଼ିଏ ଉପଦେଶ ଦେଇ ଯେଉଁ ସହୀଦମାନେ ଦେଶପାଇଁ ଆତ୍ମବଳି ଦେଇଥିଲେ ସେମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ସମସ୍ତ ଅତିଥି ଏହି ଅବସରରେ ସହୀଦ୍‌ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବକ୍ତବ୍ୟ ସହ ଦୀପ ପ୍ରଜ୍ୱଳନ କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ପଣ୍ଡା କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଟ୍ରଷ୍ଟି ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ କଲ୍ୟାଣୀ ଦାସ, ସସ୍ମିତା ପ୍ରଧାନ, ରଞ୍ଜନ ସାହୁ, ମୋନିଶା ଘୋଷ, ସୌଭାଗିନୀ ରାଉତ, ସୁନ୍ଦର ସାହୁ, ଅଜୟ ନାୟକ, ଲିତାଞ୍ଜଳୀ ପତି ଓ ସ୍କୁଲର ବରିଷ୍ଠ ଶିକ୍ଷକ ମଧୁ ବେହେରା, ସୁନିତା ପ୍ରଧାନ, ସସ୍ମିତା ଦାସ, ଚିନ୍ମୟ ନାୟକଙ୍କ ସହ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ଶୃଙ୍ଖଳା ରକ୍ଷାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଶୁଭ୍ରଦୀପ ନନ୍ଦ ଓ ଆକାଂକ୍ଷା ପାଣ୍ଡେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ମହିଳା ସଶକ୍ତିକରଣ ଫାଇଟ୍ ଗୃପ ମହିଳା ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଅନ୍ୟତମ ସାମାଜିକ ଅନୁଷ୍ଠାନ ମହିଳା ସଶକ୍ତିକରଣ ଫାଇଟ୍ ଗୃପ ତରଫରୁ ଆମ୍ବାଗାନ ଛକ ଠାରେ କିଛି ଅବହେଳିତ ଶିଶୁ ଓ ମହିଳାଙ୍କ ମଧ୍ୟରେ ଦୀପ, ତେଲ, ବାଣ ଓ ରଙ୍ଗୋଲି ବଣ୍ଟନ ସହ ଦୀପ ପ୍ରଜ୍ୱଳନ କରି ଦୀପାବଳୀର ଶୁଭକାମନା ଦେବାସହ ଖୁସି ବାଣ୍ଟିଥିଲେ । ଅନୁଷ୍ଠାନର ମୁଖ୍ୟ ସୁମତି ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିମା ମଞ୍ଜରୀ ଆଲଦା, ତୁଳସୀ ମାହାଲି, ରୀନା ସେଠୀ, ପୁଷ୍ପାଞ୍ଜଳି ଲେଙ୍କା, ତନୁ ପ୍ରଧାନ, ପିଙ୍କି ଦାସ, ସୁମିତା ସାହୁ, ଜ୍ୟୋସ୍ନାରାଣୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.