ଆଦର୍ଶ ପାଠାଗାରର ସ୍ୱାଧୀନତା ଦିବସ ଉପଲକ୍ଷେ କାବ୍ୟସନ୍ଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ତରଫରୁ ୭୯ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ଦେଶାତ୍ମବୋଧକ ସଙ୍ଗୀତ ଓ କବିତା ଆସର ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ରାଧାକାନ୍ତ ମିଶ୍ରଙ୍କ ଆବାହକତ୍ୱ ଓ କାର୍ଯ୍ୟକାରୀ ସଭାପତି ଡ଼ଃ ସନାତନ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସପିର ପ୍ରାକ୍ତନ ମହାପ୍ରବନ୍ଧକ ଡ଼ଃ ଶକ୍ତିପ୍ରସାଦ ସାମନ୍ତରାୟ ମୁଖ୍ୟଅତିଥି ଓ ଏନ୍ଆଇଟି ପଦାର୍ଥ ବିଜ୍ଞାନର ପ୍ରଫେସର ଦିଲ୍ଲିପ କୁମାର ପ୍ରଧାନ ବିଷୟ ବିଶେଷଜ୍ଞ ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ଭାରତୀୟ ବିଜ୍ଞାନ ପରମ୍ପରା ଓ ପୁରୋଦୃଷ୍ଟି ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରଫେସର ପ୍ରଧାନ ଆଲୋଚ୍ୟ ପ୍ରସଙ୍ଗରେ ମତରଖି କହିଲେ ଯେ ଗୋଟିଏ ପୁରୁଷରୁ ଆଉ ଗୋଟିଏ ପୁରୁଷ ଯାଏ ତାହା ପରମ୍ପରା । ଭାରତର ଜ୍ଞାନ ପରମ୍ପରା ହେଉଛି ସନାତନ ଗଙ୍ଗା ପ୍ରବାହ । ଆମ ଜ୍ଞାନ ପରମ୍ପରା ଶ୍ରଦ୍ଧାର ପରମ୍ପରା । ଭାରତର ପରମ୍ପରା ଇଶ୍ଵର କୈନ୍ଦ୍ରିକ ନୁହେଁ, ବ୍ୟକ୍ତି କୈନ୍ଦ୍ରିକ । ଭାରତର ଜ୍ଞାନୀ ମୃତ୍ୟୁକୁ ଡରନ୍ତି ନାହିଁ । କାରଣ ସେମାନେ ଅଭିମାନୀ ଥିଲେ । ସମ୍ପ୍ରତି ତିନୋଟି ଯଥା ଇଂଲିଶ,ଏଜୁକେସନ, ଏମ୍ପଲଇମେଣ୍ଟ ଆମର ଶିକ୍ଷା ପଦ୍ଧତି କୁ ନଷ୍ଟ କରିଚାଲିଛି । ତେବେ ଖୁବଶୀଘ୍ର ଭାରତ ବିଶ୍ୱ ବିଜ୍ଞାନର ନେତୃତ୍ୱ ନେବାକୁ ଯାଉଛି ବୋଲି ସେ ଆଶାବ୍ୟକ୍ତ କରିଥିଲେ । ମୁଖ୍ୟଅତିଥି ଡ଼ଃ ସାମନ୍ତରାୟ ତାଙ୍କ ବକ୍ତବ୍ୟରେ କହିଲେ ଯେ ପ୍ରତ୍ୟେକ ମଣିଷ ଜଣେ ଜଣେ ବୈଜ୍ଞାନିକ । ସୂଚନା ପ୍ରଯୁକ୍ତି ବିଦ୍ୟା ଯୋଗୁଁ ପୃଥିବୀ ଏକ ହୋଇ ପାରିଛି । ଏକଦା ପ୍ଲାଷ୍ଟିକ ବରଦାନ ଥିବା ବେଳେ ବର୍ତ୍ତମାନ ଏହା ଅଭିଶାପ ପାଲଟିଛି ବୋଲି ସେ ମତ ରଖିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି ତାରିଣୀ ଚରଣ ସାହୁଙ୍କ ସଭାପତିତ୍ୱ, ନିରୁପମା ପତି ଓ ଗୀତାଞ୍ଜଳି ବେହେରାଙ୍କ ସଂଯୋଜନାରେ ଆୟୋଜିତ ସ୍ୱାଧୀନତା ବିଶେଷାଙ୍କ ଦେଶାତ୍ମବୋଧକ କବିତା ପାଠ କାର୍ଯ୍ୟକ୍ରମରେ ଭାସ୍କର ଚନ୍ଦ୍ର ପୁହାଣ, ପ୍ରଫୁଲ୍ଲ ପତି, ରାଜଲକ୍ଷ୍ମୀ କବି, ଅଭିଷେକ ଦେବତା ସଂଗୀତ ପରିବେଷଣ କରିଥିଲାବେଳେ ବାଦ୍ୟଯନ୍ତ୍ରରେ ଲକ୍ଷ୍ମୀନାରାୟଣ ଦୋରା ସହଯୋଗ କରିଥିଲେ । ସେହିପରି ସର୍ବଶ୍ରୀ କରୁଣାକର ପାଟ୍ଟଶାଣୀ, କୁଞ୍ଜବିହାରୀ ରାଉତ, ଡ଼ଃ ଜୟନ୍ତୀ ପାଢ଼ୀ, ବିଭୁ ନାୟକ, ବ୍ରଜବିହାରୀ ଦାଶ, ଗଗନ ବିହାରୀ ନାୟକ, ଉପେନ୍ଦ୍ର କୁମାର ବସ୍ତିଆ, ପ୍ରତାପ କୁମାର ପଣ୍ଡା, ମୀନକେତନ ପଶାୟତ, ତ୍ରିନାଥ ସିଂହ, ପ୍ରଣତୀ ବେହେରା, ସଂଯୋଜକ ଦ୍ୱୟ ଓ ସଭାପତି ଶ୍ରୀ ସାହୁ ଦେଶାତ୍ମବୋଧକ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଡାକ୍ତର ଉତ୍ତମ ଚରଣ ଜେନା, ଇଂ ଅଭୟ କୁମାର ଦାସ, ବିଷ୍ଣୁ ପାତ୍ର, ବାଉରୀବନ୍ଧୁ ସାହୁ, ବିଜୟ କୁମାର ପାତ୍ର, ଚନ୍ଦ୍ରଶେଖର ଶତପଥୀ, ପଞ୍ଚାନନ ପାତ୍ର, ପ୍ରଳୟ ଶତପଥୀ, ପର୍ଶୁରାମ ପଟ୍ଟନାୟକ, ଆଟମ ରଥ, ଅମରେନ୍ଦ୍ର ପାଢ଼ୀ, ଗଙ୍ଗାଧର ଦାଶ, କୃପାସିନ୍ଧୁ ନାୟକ, ବିନୋଦ କୁମାର ତନ୍ତୀ, ଦିବାକର ଦାସ, ରୀତାଞ୍ଜଳୀ ଦେବତା, ଆଶୁତୋଷ ଜ୍ୟୋତିଷି, ଟୁକୁଲା ପାଢ଼ୀ, ନମିତା ଦାସ, ଅଭିରାମ ସାଗରିଆ, ପରେଶ ବିଶ୍ୱାଳ, ସସ୍ମିତା ପ୍ରଧାନ, ସୁଶାନ୍ତ ବେହେରା, ସୁରେଶ ଚନ୍ଦ୍ର ବାଦା, ଗୈ।ତମ ଦାସ, ପ୍ରଦୀପ ପଟ୍ଟନାୟକ, କୌସ୍ତୁଭ ରାଜ ସିଂହ, ଗୌତମ ସିଂହ, ପ୍ରୀତମ ମହାନ୍ତି, ଅପର୍ଣ୍ଣା କବି, ଉର୍ବଶୀ ପ୍ରିୟଦର୍ଶିନୀ ଦାସ, ଆର୍ତ୍ତତ୍ରାଣ ମହାପାତ୍ର, ତ୍ରିଲୋଚନ ସ୍ୱାଇଁ, ଦୀନବନ୍ଧୁ ରଥ, କେ କେ ବର୍ମା, କାର୍ତ୍ତିକ ରାମବର୍ମା, ଶର୍ମିଲା ଦତ୍ତ, ଡ ସୁମନ ଦତ୍ତ, ଦିଶା ପାଢ଼ୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଶେଷରେ ସମ୍ପାଦକ କରୁଣାକର ପାଟ୍ଟଶାଣୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.