ଭୁବନେଶ୍ୱର : ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର(୯୭) ଆଉ ନାହାନ୍ତି । ଗତକାଲି ଚେନ୍ନାଇରେ ତାଙ୍କର ପରଲୋକ ହୋଇ ଯାଇଛି । ସୂଚନାଯୋଗ୍ୟ ଯେ,୧୯୨୪ରେ ଜନ୍ମଗ୍ରହଣ କରିଥଇବା କେ.ସି ଶିବଶଙ୍କର ୧୯୪୭ ମସିହାରେ ‘ଜହ୍ନମାମୁଁ’ ପତ୍ରିକାରେ ଯୋଗଦାନ କରିଥିଲେ । ‘ଜହ୍ନମାମୁଁ’ ପତ୍ରିକାରେ ତାଙ୍କ ସଂପୂର୍ଣ୍ଣ ଜୀବନ କାଳର ପ୍ରତିଭା ପ୍ରଦର୍ଶନ କରିଥିଲେ । ତାଙ୍କ ଭଳି ଜଣେ ଉଚ୍ଚକୋଟୀର ଚିତ୍ରଶିଳ୍ପୀଙ୍କୁ ହରାଇଥିବାରୁ ଚିତ୍ରଶିଳ୍ପୀ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ଶିଳ୍ପୀମାନେ ମତ ପ୍ରକାଶ କରନ୍ତି ।