pr

ଦେଶର ଶକ୍ତି ଯୁବଶକ୍ତି

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏକ ନୂଆ ଭାରତର ସ୍ୱପ୍ନ । ଏକ ଯୁବା ଭାରତର ସ୍ୱପ୍ନ । ଯେଉଁ ଦେଶରେ ଯେତେ ସଂଖ୍ୟାରେ ଯୁବକ, ସେ ଦେଶ ସେତେ ଶକ୍ତିଶାଳୀ । ଯାହା ଯୁବକମାନଙ୍କ ଦ୍ୱାରା ସମ୍ଭବ, ତାହା ଅନ୍ୟମାନେ କରିପାରିବେ ନାହିଁ । ତେଣୁ ସବୁକ୍ଷେତ୍ରରେ ଯୁବକମାନେ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ସ୍ଥାନୀୟ ବଲାଙ୍ଗିର ମହିଳା ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲା ସ୍ତରୀୟ ଯୁବା ଉତ୍ସବ ଅବସରରେ ମତ ପ୍ରକାଶ ପାଇଛି । ଜିଲ୍ଲା ଯୁବ ଅଧିକାରୀ ନରସିଂହା କୁମାରଙ୍କ ସଭାପତିତ୍ୱରେ ଉଦ୍‌ଘାଟନୀ ଉତ୍ସବରେ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅରବିନ୍ଦ ଓଝା, ଡ. ଅଜିତ ଭୋଇ, ଏନ୍‌ଏସ୍‌ଏସ୍‌ ଅଧିକାରୀ ମୀନତି ଦେବତା, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ କ୍ଲବରୁ ୩୭୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଏଥି ମଧ୍ୟରୁ ବିଜ୍ଞାନ ମେଳା, କବିତା, ଚିତ୍ରାଙ୍କନ, ମୋବାଇଲ ଫଟୋଗ୍ରାଫି, ଯୁବ ସମ୍ବାଦ ଓ ସାଂସ୍କୃତିକ ପ୍ରତିଯୋଗିତା ହୋଇଥିଲା । ସେହିପରି ଦ୍ୱିତୀୟ ଅଧିବେଶନରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଉପ ନିର୍ଦ୍ଦେଶକ ବିଶ୍ୱଜିତ ବେହେରା ମୁଖ୍ୟ ଅତିଥି, ଡ. ମନୋରଂଜନ ମିଶ୍ର ମୁଖ୍ୟବକ୍ତା, କାର୍ଯ୍ୟକ୍ରମ ଅଧିକାରୀ ଏନ୍‌ଏସ୍‌ଏସ୍‌ ଡ. ଅଜିତ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସନାତନ ଠାକୁର, ବି.ଏନ୍‌. ଶ୍ରୀକାନ୍ତ, ଗୋପାଳ ପ୍ରଧାନ, ସଂଗ୍ରାମ ନାୟକ, ବ୍ରହ୍ମାନନ୍ଦ ବନଛୋର, ନିରଞ୍ଜନ ବେହେରା ଓ କ୍ଷମାନିଧି ଝାଙ୍କର ବିଚାରକ ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ରର କାର୍ଯ୍ୟବେକ୍ଷକ ବିପିନ ବିହାରୀ ଜେନା ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କୃପାସିନ୍ଧୁ ସା, ବଳିୟାର ସିଂ ବସ୍ତିଆ, ସନତ୍‌ ପଟେଲ, ଶମ୍ଭୁ ଘିବେଲା, ସୁଧିର ରଣା, ସଙ୍କେତ ସାହୁ, ପ୍ରବୀଣ ଥପ୍ପା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଶେଷରେ ଅଶୋକ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ସ୍ତରୀୟ ଯୁବ ଉତ୍ସବରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ସମସ୍ତ ବର୍ଗର କୃତି ପ୍ରତିଯୋଗୀ ଡିସେମ୍ବରରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ପର୍ଯ୍ୟବେକ୍ଷକ ଶ୍ରୀ ଜେନା ସୂଚନା ଦେଇଛନ୍ତି ।

nrusinghnath
Leave A Reply

Your email address will not be published.