om academy

ବଲାଙ୍ଗିର ପୌର ପରିଷଦ ପକ୍ଷରୁ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଜେନ୍ଦ୍ର ନାରାୟଣ ସ୍ପୋର୍ଟସ୍‌ କଂପ୍ଲେକ୍ସରେ ଆଜି ପୂର୍ବାହ୍ନରେ ବଲାଙ୍ଗିର ପୌର ପରିଷଦ ପକ୍ଷରୁ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଛନ୍ତି । ସମସ୍ତ ଶିକ୍ଷାନୁଷ୍ଠାନସ୍ତରରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଚାଲିଥିବା ବେଳେ କ୍ରୀଡ଼ା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଇଛନ୍ତି ଓଡ଼ିଶା ସରକାର । ଏହି କ୍ରମରେ ବଲାଙ୍ଗିର ପୌର ପରିଷଦ ପକ୍ଷରୁ ଆଜି ଆରମ୍ଭ ହୋଇଛି ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଦ୍ୱାରା କ୍ରୀଡ଼ା କ୍ଷେତ୍ରରେ ଦକ୍ଷତା ବୃଦ୍ଧି ସହ ଖେଳାଳୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରୋତ୍ସାହିତ କରାଯାଇ ପାରିବ ବୋଲି ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ସାହୁ ଆଶା ପୋଷଣ କରିଛନ୍ତି । ଆଗାମୀ ଦିନରେ ପ୍ରତିବର୍ଷ ବଲାଙ୍ଗିର ପୌର ପରିଷଦ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି । ବଲାଙ୍ଗିର ରାଜେନ୍ଦ୍ର ନାରାୟଣ ସ୍ପୋର୍ଟସ୍‌ କଂପ୍ଲେକ୍ସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ପୌର ପରିଷଦର କାଉନ୍‌ସିଲର୍‌ମାନଙ୍କ ସହ ସହରର ବହୁ ଖେଳାଳୀ, କ୍ରୀଡ଼ାପ୍ରେମୀ ଓ ନବୀନପ୍ରେମୀମାନେ ଯୋଗଦାନ କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.