ଜିଲା ଯୋଜନା ବୋର୍ଡ ବୈଠକ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲା ପଞ୍ଚାୟତ କାର୍ୟ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲା ଯୋଜନା ବୋର୍ଡ ବୈଠକ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହୀଧର ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ୨୦୨୧-୨୨ ପାଇଁ ଯୋଜନା ବୋର୍ଡ ବୈଠକର ଆଭିମୁଖ୍ୟ ଉପରେ ଶ୍ରୀଯୁକ୍ତ ରଣା ଆଲୋକପାତ କରିବା ସହିତ ପୂର୍ବ ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ନିଷ୍ପତି ପ୍ରକାରେ ସମସ୍ତ ବିଭାଗୀୟ ଅଧିକାରୀ ନିଜ ନିଜ କାମକୁ ତ୍ୱରାନ୍ୱିତ କରି ଶୀଘ୍ର ସମାପ୍ତ କରିବାକୁ ପରାମର୍ଶ ଦେଇଥିଲେ । ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ୭୨୧ କୋଟି ବାର୍ଷିକ ଯୋଜନା ଅନୁମୋଦନ ହୋଇଥିବା ବେଳେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୮୯୨ କୋଟି ବାର୍ଷିକ ଯୋଜନା ବୈଠକରେ ଅନୁମୋଦନ କରାଯାଇଥିଲା । ସୂଚନା ମୁତାବକ କୃଷି ବିଭାଗକୁ ୩୩୩୬.୫୩୭ କୋଟି, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ୧୬୯୬୦.୨୭୨ କୋଟି, ଗ୍ରାମ୍ୟ ଉନ୍ନୟନ ପାଇଁ ୬୫୫୬.୭୬୦ କୋଟି, ସ୍ୱତନ୍ତ୍ର ଅଞ୍ଚଳ କାର୍ୟ୍ୟକ୍ରମ ପାଇଁ ୧୯୦୬.୦୮୦ କୋଟି, ଶକ୍ତି ବିଭାଗ ପାଁ ୧୩୩୩.୬୫୩ କୋଟି, ଶିଳ୍ପ ପାଇଁ ୪୮.୮୨୫ କୋଟି, ବିଜ୍ଞାନ ବୈଷୟିକ ଓ ପରିବେଶ ପାଇଁ ୨୦୭୯.୬୪୬ କୋଟି, ସାମାଜିକ ସେବା ପାଇଁ ୪୬୩୧୯.୯୫୧ କୋଟି, ସାଧାରଣ ଆର୍ଥିକ ସେବା ପାଇର୍ ୩୪.୧୨୨ କୋଟି ଓ ସାଧାରଣ ସେବା ପାଇଁ ୮୬୫୧.୫୦୦ କୋଟି ଟଙ୍କା ଖର୍ଚ୍ଚ ପାଇଁ ଯୋଜନା ଅନୁମୋଦନ ଲାଭ କରିଥିବା ଜଣାଯାଇଛି । ବୈଠକରେ ଉପନିର୍ଦ୍ଦେଶକ ଯୋଜନା ଓ ପରିସଂଖ୍ୟାନ ଇମାନୁଏଲ ସୋରେନ ଗୃହକୁ ଏହି ସୂଚନା ପ୍ରଦାନ କରିଥିଲେ । ବୈଠକରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ସମସ୍ତଙ୍କର ଏକିଭୁତ ସଂକଳ୍ପ ଦ୍ୱାରା ଜିଲାର ପ୍ରଭିତ ଉନ୍ନୟନ କାର୍ୟ୍ୟ ସାଧିତ ହୋଇପାରିବ ବୋଲି ମତପ୍ରକାଶ କରିବା ସହିତ ଜନପ୍ରତିନିଧି ମାନଙ୍କ ସହଯୋଗ କାମନା କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ତାରେଣୀ ମହାପାତ୍ର, ବୌଦ୍ଧ ବିଧାୟକଙ୍କ ପ୍ରତିନିଧି ଅଶୋକ କୁମାର ସାହୁ, ସମସ୍ତ ବିଭାଗୀୟ ଅଧିକାରୀ, ପଞ୍ଚାୟତିରାଜ ପ୍ରତନିଧି, ଜନ ପ୍ରତିନିଧି ଉପସ୍ଥିତ ଥିଲେ ।

Leave A Reply

Your email address will not be published.