oom

ଚଲକିରେ ବିରାଟ କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ : ଯୁବ ବିଜେଡି ଜିଲ୍ଲା ସମ୍ପାଦକଙ୍କ କଂଗ୍ରେସରେ ଯୋଗଦାନ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଚଲକିଠାରେ ଚଲକି ପଞ୍ଚାୟତ ଓ ବାନ୍ଧୁପଲା ପଞ୍ଚାୟତକୁ ନେଇ ରବିବାର କଂଗ୍ରେସର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ପିସିସି ସଭ୍ୟ ତଥା ଯୁବ ନେତା ଅମିତ୍ ସିଂ ସାଲୁଜା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବେଳାରସେନ ବେହେରା, ବରିଷ୍ଠ କଂଗ୍ରେସ ନେତା ପରମାନନ୍ଦ ମହାନ୍ତି, ପାରେଶ୍ୱର ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଯୁବ ବିଜେଡ଼ି ଜିଲ୍ଲା ସମ୍ପାଦକ ମାନସ ଖମାରୀ ବିଜେଡି ଦଳରେ ଦୀର୍ଘ ଦିନରୁ ଥିବା ସମ୍ପର୍କ ଛାଡ଼ି ଆଜି ଶ୍ରୀଯୁକ୍ତ ସାଲୁଜାଙ୍କ ଦୃଢ଼ ନେତୃତ୍ୱ ଉପରେ ଆସ୍ଥା ରଖି କଂଗ୍ରେସ ଦଳରେ ସାମିଲ ହୋଇଥିବାରୁ ତାଙ୍କୁ ବିଧାୟକ ଶ୍ରୀ ସାଲୁଜା ଦଳୀୟ ଉତ୍ତରୀୟ ଦେଇ ମଞ୍ଚକୁ ସ୍ୱାଗତ କରିଥିଲେ । ବିଧାୟକ ତାଙ୍କ ବକ୍ତବ୍ୟରେ କେନ୍ଦ୍ରରେ ଥିବା ବିଜେପି ଓ ରାଜ୍ୟ ବିଜେଡିର ଅପାରଗତା ବିଷୟରେ ଲୋକଙ୍କୁ କହିବା ସହିତ ତାଙ୍କ ସମୟରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟ ବିଷୟରେ ଅବଗତ କରାଇଥିଲେ । ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଅଛି ସେଥିପାଇଁ ସମସ୍ତ ନେତା କର୍ମୀ ଏକତ୍ରିତ ହୋଇ ଉତ୍ସାହର ସହିତ ଦଳ ପାଇଁ କାମ କରି ବିଧାୟକ ଭାବେ ସନ୍ତୋଷ ସିଂ ସାଲୁଜାଙ୍କୁ ପୁଣିଥରେ ବିଧାନସଭାକୁ ପଠାଇବାକୁ ଉପସ୍ଥିତ ନେତା ଓ କର୍ମୀଙ୍କୁ ବିଧାୟକ ଶ୍ରୀ ସାଲୁଜା ଗୁରୁମନ୍ତ୍ର ଦେଇଥିଲେ । ଶେଷରେ କଂଗ୍ରେସ ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଉନ୍ନୟନମୂଳକ କାର୍ଯ୍ୟ ଓ କଂଗ୍ରେସ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦୁଇ ଶହରୁ ଅଧିକ ପୁରୁଷ ଓ ମହିଳା ଅନ୍ୟ ଦଳ ଛାଡ଼ି କଂଗ୍ରେସ ଦଳରେ ଯୋଗଦେଇଥିଲେ । କିଶାନ କଂଗ୍ରେସ ବ୍ଲକ ସଭାପତି ଗିରିଧାରୀ ସାହୁ ସଭା ସଂଯୋଜନା କରିଥିଲେ । ଏଥିରେ ବରିଷ୍ଠ କଂଗ୍ରେସ ନେତା ବୁଲୁ କୁମ୍ଭାର, କମଳ ବୁଡେକ୍, ଯଦୁପତି ଅଗସ୍ତି, ସାଗର ଛତ୍ରିଆ, ଯଦୁ ଭୋଇ, କୃପା କୁମ୍ଭାର, ଖିରସିନ୍ଧୁ ଭୋଇ, ଧନଞ୍ଜୟ ମାଝୀ, ଗଜିନ୍ଦ୍ର ମାଝୀ, ଜଗତ ବେହେରା, ଜପ ମେହେର, ମଦନ ଭୋଇ, ଭଗବାନ ମାଝୀ, ଭୋଳା ଭୋଇ, ପାରା ଭୋଇ, ଗୌତମ ମାଝୀ, ରାଜ କିଶୋର ଭୋଇ ପ୍ରମୁଖଙ୍କ ସହ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.