ଡୁମାଲପଡାଠାରେ ଟ୍ରେନ୍‌ରୁ ଖସି ପଡିଲେ ଯୁବକ : ଚାଲିଗଲା ଜୀବନ

ସଇଁତଳା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଡୁମାଲପଡା ରେଲୱେ ଲାଇନ ନିକଟରେ ଥିବା ଏକ ପୋଲ ତଳେ ଜଣେ ଅଜଣା ଯୁବକଙ୍କ ମୃତଦେହକୁ ବଲାଙ୍ଗିର ଜିଆରପି ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି । ସୂଚନା ଅନୁଯାଇ ଯୁବକ ଜଣକ ବିଳମ୍ୱିତ ରାତିରେ (ଧନବାତଏଲପି) ଟ୍ରେନ୍‌ରେ ଝାରଖଣ୍ଡରୁ ବିଜୟବାଡାକୁ ଯାଉଥିବା ବେଳେ ଡ଼ୁମାଲପଡା ରେଲୱେ ଲାଇନ ନିକଟରେ ଖସି ପଡିବାରୁ ତାଙ୍କର ମୃତ୍ୟୁ ହୋଇଛି । ତେବେ ଯୁବକଙ୍କ ପରିଚୟ ମିଳିପାରି ନଥିବା ବେଳେ ଯୁବକ ଜଣକ ଧଳା ରଙ୍ଗର ସାର୍ଟ ଓ କଳା ରଙ୍ଗର ପ୍ୟାଣ୍ଟ ପିନ୍ଧି ଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣା ସମ୍ପର୍କରେ ବଲାଙ୍ଗିର ଜିଆରପି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.