om academy

ପୁଣି କରୋନା ନେଲା ଆଉ ୧୪ ଜୀବନ

jsm

ଭୁବନେଶ୍ୱର : ରାଜ୍ୟରେ କମିବାରେ ଲାଗିଛି କରୋନା ଆକ୍ରା‌ନ୍ତ‌ଙ୍କ ସଂଖ୍ୟା । କିନ୍ତୁ କମୁନି କରୋନା ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ୧୪ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ୮ ଜିଲ୍ଲାର ୧୪ ଜଣ ଆକ୍ରାନ୍ତ ଜୀବନ ହରାଇଛନ୍ତି । ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁସଂଖ୍ୟା ୧୨୫୯କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁହାର ୦.୪୪ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ସୁନ୍ଦରଗଡ଼ ଜିଲ୍ଲାରୁ ଦୁଇ ଜଣ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ବରଗଡ଼, ଗଞ୍ଜାମ ଓ ସମ୍ୱପୁର ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ଜୀବନ ନେଇଛି କରୋନା ବୋଲି ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.