jayashree

ଆଇନ ମହାବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ଏବଂ ଜାତୀୟ ଆଇନ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଡଃ ଦେବେନ୍ଦ୍ରନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ସଭାର ଆୟୋଜନ କରାଯାଇଥିଲା । ଅଧ୍ୟାପିକା ଡଃ ସମ୍ପାଦିକା ମହାନ୍ତି ସ୍ଵାଗତ ଭାଷଣ ସହ ବକ୍ତବ୍ୟରେ କହିଲେ ଯେ ଆଜିର ଦିନକୁ ଆଗରୁ ଜାତୀୟ ଆଇନ ଦିବସ ଭାବେ ପାଳନ କରାଯାଉଥିଲା, କିନ୍ତୁ ଆଜି ଆମେ ଏହି ଦିନକୁ ଜାତୀୟ ସମ୍ବିଧାନ ଦିବସ ଭାବେ ପାଳନ କରୁଅଛୁ । ପରେପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସମ୍ବିଧାନର ମୁଖପତ୍ରକୁ ନେଇ ଶପଥ ପାଠ କରଯାଇଥିଲା । ଅଧ୍ୟକ୍ଷ ଡଃ ଦେବେନ୍ଦ୍ରନାଥ ବେହେରାଙ୍କ ନିଜ ବକ୍ତବ୍ୟରେ ସମ୍ବିଧାନ ଦିବସ ବିଷୟରେ ଆଲୋକପାତ କରିଥିଲେ । ଆଇନକୁ ଠିକ ଭାବରେ ବ୍ୟବହାର କରି ଉଚିତ୍ ଭାବରେ ନ୍ୟାୟ ପ୍ରଦାନ କରିବା, କୌଣସି ଗଳା ବାଟକୁ ନ ଯାଇ ଠିକ ଭାବେ ଆଇନକୁ ପରିଚାଳନା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଛାତ୍ରଛାତ୍ରୀମାନେ ଆଜିର ଦିବସ ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଶେଷରେ ଅଧ୍ୟାପିକା ଡଃ ପ୍ରଜ୍ଞା ପାରମିତା ପଣ୍ଡା ଧନ୍ୟବାଦ ଅର୍ପଣ ସହିତ ଛାତ୍ରଛାତ୍ରୀଙ୍କୁ ଆଜି ଦିବସର ମହତ୍ଵ ଓ ଗରିମା ଉପରେ ଆଲୋକପାତ କରିଥିଲେ । ଏହି ଅବସରର ଏକ ପ୍ରବନ୍ଧ ‘ଡିଜିଟାଲ୍ ଯୁଗରେ ଗୋପନୀୟତାର ଅଧିକାର’ ବିଷୟ ଉପରେ ଏକ ପ୍ରତିଯୋଗିତା ଆୟୋଜନ କରଯାଇଥିଲା । ଅଧ୍ୟାପକ ତନ୍ମୟ ରାଜ ପାଢୀ ଏବଂ ଡଃ ଦିବ୍ୟେନ୍ଦୁ କୁମାର ପଣ୍ଡା ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.