oom

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ବଲାଙ୍ଗିର ପ୍ରୋଗ୍ରେସିଭ୍‌ କ୍ଲବ୍‌ ତରଫରୁ ଏକଦିବସୀୟ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ବଲାଙ୍ଗିର ପ୍ରୋଗ୍ରେସିଭ୍‌ କ୍ଲବ୍‌ ତରଫରୁ ବଲାଙ୍ଗିର ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଏକଦିବସୀୟ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଅଟଳଜୀଙ୍କ ଜନ୍ମଦିନ ପାଳନକୁ ନେଇ ସାରା ଦେଶରେ ଅଟଳ ପ୍ରେମୀମାନେ ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରୁଥିବା ବେଳେ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନନ୍ତ ଦାସ, ସରୋଜ ଗୁରୁ, ଅନୀଲ ପାଣିଗ୍ରାହୀ, ପାପୁନ ମିଶ୍ର ପ୍ରମୁଖଙ୍କ ନେତୃତ୍ୱରେ ଆୟୋଜିତ ଆଜିର ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଆଖପାଖର ଅନେକ ଖେଳାଳୀ ଦଳ ଯୋଗଦାନ କରି ଅଂଶଗ୍ରହଣ କରିଛନ୍ତି । ତେବେ ଆଜି ପୂର୍ବାହ୍ନ ୧୦ଟାରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିବା ବେଳେ ଅପରାହ୍ଣରେ ବିଜୟୀ ଦଳକୁ ପୁରସ୍କୃତ କରାଯାଇ ଖେଳ ଉଦ୍‌ଯାପିତ କରାଯାଇଛି ।

jittmm
Leave A Reply

Your email address will not be published.