oom

ଝାରବନ୍ଧରେ ବିଜେପିର ଜନତା ଅଦାଲତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ପରିସରରେ ଭାରତୀୟ ଜନତା ପାର୍ଟି ଝାରବନ୍ଧ ଓ ଜଗଦଲପୁର ମଣ୍ତଳ ତରଫରୁ ଝାରବନ୍ଧ ବ୍ଲକରେ ହେଉଥିବା ଦୁର୍ନୀତି ପ୍ରତିବାଦରେ ଜନତା ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜନତା ଅଦାଲତ କାର୍ୟ୍ୟକ୍ରମରେ ବରଗଡ ସଂସାଦ ସୁରେଶ ପୂଜାରୀ, ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ଜିଲ୍ଲା ପରିଷଦ ସଭ୍ୟା କୁମୁଦିନୀ ସାହୁ, ଝାରବନ୍ଧ ସରପଞ୍ଚ ଧନମତି ପାଣ୍ତେ, ବରିଷ୍ଠ ବିଜେପି ସଦସ୍ୟ ସୁରେଶ୍ଵର ଶତପଥୀ, ପ୍ରୀତେଶ ବହିଦାର, ଜୟ କୁମାର ନିଗମ, ହରିହର ସାହୁ, ମିଳନ ପାଣ୍ତେ, ଡା ଲମ୍ବୋଦର ପଣ୍ତା, ମାନଭଞ୍ଜନ ପ୍ରଧାନ, ହରେକୃଷ୍ଣ ପଟେଲ, ମଦନମୋହନ ପଟେଲ ପ୍ରମୁଖ ଶତାଧିକ ବିଜେପି କର୍ମୀ ଓ ଜନ ସାଧାରଣଙ୍କ ସହ ଏକ ବିରାଟ ରାଲିରେ ଝାରବନ୍ଧ ଛକରୁ ବାହାରି ବ୍ଲକ ପରିସରକୁ ପହଞ୍ଚି ଥିଲେ । ତାପରେ ବ୍ଲକ ପରିସର ମଧ୍ୟରେ ଜନତା ଅଦାଲତ କାର୍ୟ୍ୟକ୍ରମରେ ଚତୁର୍ଦ୍ଦଶ ଅର୍ଥ କମିଶନ, ଆମ ଗାଁ ଆମ ବିକାଶ, ପାଇଖାନା ନିର୍ମାଣରେ ବ୍ୟାପକ ଦୁର୍ନୀତି, ଗାଈ ଗୁହାଳ ନିର୍ମାଣ ଦୁର୍ନୀତି, ମାଛ ଚାଷ, ପ୍ରଧାନ ମନ୍ତ୍ରୀ ଆବାସ, ବାର୍ଦ୍ଧକ୍ୟ ଭତ୍ତା ଚୟନ, ମନରେଗା ପାଉଣା ପାଇବାରେ ବିଳମ୍ବ ଆଦି ସମସ୍ୟା ଉପରେ ବ୍ଲକ ଅଧିକାରୀ ମାନେ ଉପସ୍ଥିତ ରହି ସାଧାରଣ ଜନତାଙ୍କୁ ଉତ୍ତର ରଖିଥିଲେ । କାର୍ୟ୍ୟକ୍ରମରେ ବିଡିଓ ରୁନୁ ଲାକ୍ରା, ତହସିଲଦାର ସୀମା ସବିତା କୁଲୁ, ଏବିଡିଓ ଦେବାଶିଷ ସିହ୍ନା, ଏଇ ସୁବ୍ରତ ନାରାୟଣ କଶ୍ୟପ ସମେତ ବ୍ଲକ ଅଧିକାରୀ ମାନେ ଜନତା ଅଦାଲତରେ ଯୋଗଦାନ କରି ସମସ୍ୟାର ଉତ୍ତର ରଖିଥିଲେ ।

jittmm
Leave A Reply

Your email address will not be published.