ଟିଟିଲାଗଡ, (ସଞ୍ଜୟ ସାହୁ) : ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀଠାରୁ ରାଜ୍ୟ ବ୍ୟାପୀ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ବାହାରି ଲୋକଙ୍କ ନିକଟକୁ ଯାଇ ରାଜ୍ୟ ସରକାରଙ୍କ ଯୋଜନା ବିଷୟରେ ଅବଗତ କରାଇବା ଉଦ୍ଧେଶ୍ୟରେ ଘରେ ଘରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ବାର୍ତ୍ତା ପହଞ୍ଚା ଯାଉଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ର ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ନେତୃତ୍ୱରେ ମଙ୍ଗଳବାର ଦିନ ଟିଟିଲାଗଡ଼ ବ୍ଲକ, ବିଜେପୁର ଗ୍ରାମ ପଞ୍ଚାୟତରେ ଦଳୀୟ କର୍ମୀ ଓ ନେତୃବୃନ୍ଦ ପଦଯାତ୍ରାରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ରୂପାନ୍ତରଣ କାର୍ଯ୍ୟ ବିଷୟରେ ଲୋକଙ୍କୁ ସଚେତନ କରିଥିଲେ । ପଦଯାତ୍ରା ପୂର୍ବରୁ ମନ୍ତ୍ରୀଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ଏହି ପଦଯାତ୍ରାରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ନାୟକ, ଜିଲ୍ଲା ପରିଷଦ ଗୀତା ବିଶି, ବିଜେଡି ନେତ୍ରୀ ମୈତ୍ରୀ ସାହୁ, ବିଜେଡି ନେତା ହେମନ୍ତ ସାହୁ, ଧ୍ରୁବ ଚରଣ ସାହୁ, ସରପଞ୍ଚ ନରେଶ ଅଗ୍ରୱାଲ, ପୂର୍ବତନ ସରପଞ୍ଚ ମୁନିରାମ ଖର୍ସେଲଙ୍କ ସମେତ ଶହ ଶହ ବିଜେଡି କର୍ମୀ ସାମିଲ ହୋଇଥିଲେ ।