ବଙ୍ଗୋମୁଣ୍ଡା ବ୍ଲକରେ ମିଳିତ ଜନ ଅଭିଯୋଗ ଶିବିର ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟଠାରେ ମିଳିତ ଜନ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଏସ୍‌ପି ଋଷିକେଶ ଖିଲାରୀ ଓ ପ୍ରକଳ୍ପ ନିର୍ଦେଶକ ସୁଶାନ୍ତ ସିଂ ଯୋଗ ଦେଇ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ । ଏହି ଅଭିଯୋଗ ଶିବିରରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରି ଉପସ୍ଥିତ ଥିଲେ । ଏହି ଶିବିରରେ ଉଦ୍ୟାନ ବିଭାଗ, ଜଙ୍ଗଲ ଓ ପରିବେଶ, ଆବାସ ଯୋଜନା, ଶ୍ରମ ବିଭାଗ, ମନରେଗା, ସାମାଜିକ ସୁରକ୍ଷା, ଖାଦ୍ୟ ସୁରକ୍ଷା, କୃଷି ବିଭାଗ, ମତ୍ସ୍ୟ ଓ ପଶୁପାଳନ, ମହିଳା ଓ ଶିଶୁ ବିଭାଗ, ଶିକ୍ଷା ବିଭାଗ, ମିଶନ ଶକ୍ତି, ସ୍ୱାସ୍ଥ୍ୟ ବିଭାଗ, ରାଜସ୍ୱ, ସମାଜ ମଙ୍ଗଳ ବିଭାଗ ସହ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ, ଉପଖଣ୍ଡ ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ଜିଲ୍ଲାପାଳ ଅନୁପସ୍ଥିତ ଥିବା ଯୋଗୁଁ ଅଭିଯୋଗକାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

error: Content is protected !!