oum

ମାଲପଡା ଗାଁରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ

jsm

ଖପ୍ରାଖୋଲ, (କୃଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡା ଗାଁରେ ଅଜଣା ଦୁର୍ବୃତ୍ତ ଦ୍ବାରା ଧାନ ଖଳାରେ ନିଆଁ ଲାଗି ଯିବାରୁ ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ ହୋଇଯାଇଛି । ସୂଚନା ଅନୁସାରେ ଏବେ ଧାନ ଅମଳ ସମୟ ହୋଇଥିବାରୁ ଚାଷୀ ମାନେ ବହୁତ ଖୁସିରେ ଅଛନ୍ତି । ନିଜ ପରିଶ୍ରମର ଫଳ ଆଖି ଆଗରେ ଦେଖି ଚାଷୀ ମାନେ ଖୁସିରେ ଆତ୍ମହରା ସୋଇପଡ଼ିଛନ୍ତି । ଭାଗ୍ୟକୁ ଏ ବର୍ଷ ଅଞ୍ଚଳରେ ଚାଷ କାର୍ଯ୍ୟ ଭଲ ହୋଇଛି । ଖପ୍ରାଖୋଲ ବ୍ଲକ ମାଲପଡା ଗାଁର ଖଗେଶ୍ବର ମାଝୀଙ୍କ ମନରେ ମଧ୍ୟ ଅଫୁରନ୍ତି ଖୁସିର ଜୁଆର ଫୁଟିଥିଲା । ସେ ନିଜ କ୍ଷେତର ଧାନ କାଟି ଖଳାରେ ଧାନ ମଡାଇବା ପାଇଁ ରଖିଥିଲେ । କିନ୍ତୁ ଭାଗ୍ୟ ତାଙ୍କୁ ସହାୟ ହେଲାନି । ଗତ ରାତିରେ କୈାଣସି ଜଣେ ଦୁର୍ବୃତ୍ତ ତାଙ୍କ ଧାନ ଖଳାରେ ନିଆଁ ଲଗାଇ ଦେଇଥିଲା । ଖଗେଶ୍ବର ସକାଳୁ ତାଙ୍କ ଖଳାକୁ ଯାଇ ଖଳାରେ ନିଆଁ ଲାଗି ଥିବା ଦେଖି ଗାଁ ଲୋକଙ୍କୁ ଡାକିଥିଲେ । ସେତେବେଳକୁ ସବୁ ଶେଷ ହୋଇ ଯାଇଥିଲା । ସମ୍ପୂର୍ଣ ଧାନ ଜଳି ପାଉଁଶ ହୋଇଯାଇଥିଲା । ଏନେଇ ଖଗେଶ୍ବର ଲାଠୋର ଥାନାରେ ଏକ ଏତଲା ଦାଏର କରିଛନ୍ତି । ଖଗେଶ୍ବର ଜଣେ ଗରିବ ଶ୍ରେଣୀର ଚାଷୀ ହୋଇଥିବାରୁ ସେ କେମିତି ନିଜର ପରିବାର ପ୍ରତିପୋଷଣ କରିବେ ଚିନ୍ତାରେ ପଡିଯାଇଛନ୍ତି । ତାଙ୍କୁ ପ୍ରଶାସନ ପକ୍ଷରୁ କିଛି ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ଗ୍ରାମବାସୀ କହିଛନ୍ତି ।

Leave A Reply

Your email address will not be published.