pr

ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ବଲାଙ୍ଗିରରେ ବିଶ୍ୱ ଜଳାତଙ୍କ ଦିବସ ପାଳନ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱ ଜଳାତଙ୍କ ଦିବସ ୨୮ ସେପ୍ଟେମ୍ବର ୨୦୨୨ ଅବସରରେ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ବଲାଙ୍ଗିର ଠାରେ ଏକ ମାଗଣା ଜଳାତଙ୍କ ପ୍ରତିଷେଧକ ଟୀକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଳା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ. ସନ୍ତୋଷ କୁମାର ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜଳାତଙ୍କ ରୋଗର ଭୟାବହତା ଉପରେ ଉପସ୍ଥିତ ବୁଦ୍ଧିଜୀବୀ ଏବଂ ସ୍ୱାନ ପାଳକ ମାନଙ୍କୁ ବାର୍ତ୍ତା ଦେଇଥିଲେ । ଏହି ମାଗଣା ଜଳାତଙ୍କ ପ୍ରତିଷେଧକ ଟୀକା କାର୍ଯ୍ୟକ୍ରମରେ ବଲାଙ୍ଗିର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ପ୍ରସନ୍ନ କୁମାର ସାମଲ ଜଳାତଙ୍କ ରୋଗର କାରଣ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ (ପ୍ରାଣୀ ରୋଗ ନିୟନ୍ତ୍ରଣ) ଡ. ଅନିରୁଦ୍ଧ ବିଶ୍ୱାଳ ଏବଂ ଉପନିର୍ଦ୍ଦେଶକ ଜିଲ୍ଲା ପ୍ରାଣୀ ଚିକିତ୍ସାଳ ଡ. ସନ୍ତୋଷ କୁମାର ବରିହା ଉପସ୍ଥିତ ରହି ପ୍ରାଣୀ ପାଳକମାନଙ୍କ ମଧ୍ୟରେ ଜଳାତଙ୍କ ରୋଗ ଟୀକାର ମହତ୍ତ୍ୱକୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ସହକାରୀ ପ୍ରାଣୀ ଚିକିତ୍ସକ ଡ. ଦେବସ୍ମିତା ଦେବତା, ସହକାରୀ ପ୍ରାଣୀ ଚିକିତ୍ସକ ଡ. ଶୁଭାଶିଷ ସାମନ୍ତ ଏବଂ ଅତିରିକ୍ତ ସହକାରୀ ପ୍ରାଣୀ ଚିକିତ୍ସକ ଓ ଅର୍ପିତା ସ୍ୱାଇଁ ସୂଚାରୁ ରୂପେ ପରିଚାଳନା କରିଥିଲେ । ଏହି ଅବସରରେ ୩୦ ଗୋଟି କୁକୁର ଏବଂ ୧ ମାଙ୍କଡକୁ ମାଗଣା ଜଳାତଙ୍କ ରୋଗ ପ୍ରତିଷେଧକ ଟୀକା ଦିଆଯାଇଥିଲା ।

nrusinghnath
Leave A Reply

Your email address will not be published.