om academy

ତୁରେକେଲା ବ୍ଲକ ଜାଲ ସାର୍ଟିଫିକେଟଧାରୀ ଶିକ୍ଷକ ପ୍ରସଙ୍ଗ : ଚାକିରିରୁ ଇସ୍ତାଫା ଦେଲେ କର୍ଲାବାହାଲି ପ୍ରାଥମିକ ସ୍କୁଲର ଜାଲ ସାର୍ଟିଫିକେଟଧାରୀ ଶିକ୍ଷୟିତ୍ରୀ

jsm

କଂଟାବାଂଜି, (ମନୀଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ବିଭିନ୍ନ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଜାଲ ସି.ଟି ଓ ଶିକ୍ଷାଗତ ସାର୍ଟିଫିକେଟ ବଳରେ ସଲାସୁତୁରା କରି ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କ ଅଭିଯୋଗ ହେଲା ପରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କଠାରୁ ତନାଘନା ଜାଂଚ ଆରମ୍ଭ ହୋଇଥିଲା । ଏପରିକି ସଂଦେହ କରି ବ୍ଲକର ୬ ଗୋଟି ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନିଯୁକ୍ତି ସମୟରେ ଦାଖଲ କରିଥିବା ପ୍ରମାଣ ପତ୍ର ଜମା କରିବା ପାଇଁଁ ପତ୍ର ସଂଖ୍ୟ ୧୯୩୮ ତା. ୨୩.୯.୨୦୨୧ ଦିନ ଏକ ନୋଟିସ ଯାରି କରଥିଲେ । ଛଅ ଗୋଟି ଶିକ୍ଷୟିତ୍ରୀ ଶିକ୍ଷକଙ୍କ ମଧ୍ୟରୁ ହିଆଁଲ ପଂଚାୟତ କର୍ଲାବାହାଲି ଗ୍ରାମର ଶ୍ରୀମତୀ ସନ୍ତୋଷି ଦାସ ନାମ୍ନି ଶିକ୍ଷୟିତ୍ରୀ ନିଜର ସମସ୍ତ ସାର୍ଟିଫିକେଟ ଜମା କରିବା ବଦଳରେ ଗତକାଲି ମଂଗଲବାର ଦିନ ଲୁଚାଛପାରେ ବି.ଇ.ଓ.ଙ୍କ କାର୍ଯ୍ୟାଳୟକୁ ଯାଇ ନିଜର ଇସ୍ତାଫା ପତ୍ର ଦେଇଥିବା ବିଷୟ ବି.ଇ.ଓ. ସୁରେନ୍ଦ୍ର କୁମାର ପୁରୋହିତ ସୂଚନା ଦେଇଛନ୍ତି । ଶ୍ରୀମତୀ ଦାସ ଗତ ୧୯.୧୦.୨୦୧୧ରେ ସେ ଚାକିରିରେ ଯୋଗ ଦେଇଥିଲେ । ଦୀର୍ଘ ୧୦ ବର୍ଷ ପରେ ଜାଲ ସାର୍ଟିଫିକେଟର ର‍୍ୟାକେଟ ଜଣା ପଡିବା ପରେ ସଂପୃକ୍ତ ବି.ଇ.ଓ. ସୁରେନ୍ଦ୍ର କୁମାର ପୁରାହିତଙ୍କ ଦୃଷ୍ଟି ଗୋଚର ହୋଇଥିବାରୁ ତାଙ୍କ ସରକାରୀ ଚାକିରିରୁ ଉଠାଇଥିବା ଦରମା ରିକୋଭରି କରାଯିବ କି ବୋଲି ପଚାରିବାରୁ ସାର୍ଟିଫିକେଟ ଭେରିଫିକେସନ ଚାଲିଛି । ବର୍ତ୍ତମାନ ସେ ଇସ୍ତାଫା ଦେଇଛନ୍ତି ଆଗକୁ ତାଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆମ ପ୍ରତିନିଧିଙ୍କୁ କହିଛନ୍ତି ।

Leave A Reply

Your email address will not be published.