
ଦେଓଗାଁ : ବଢ଼ୁଛି ନୀଳ ଜହର କାରବାର । ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ବେଳେ ଏହାକୁ ଚେକ୍ ଦେଉଛି ପୁଲିସ । ଗଞ୍ଜେଇ ନେଇ ଯାଉଥିବା ସମୟରେ ୨ଜଣଙ୍କୁ ଗିରଫ କରିଛି ପୁଲିସ । ୨ ଅଭିଯୁକ୍ତ ହେଲେ ମଧ୍ୟପ୍ରଦେଶ କାଟିନ ଜିଲ୍ଲାର ଦୁର୍ଗା ଗୁଡ଼ାରି ଓ ଧୁମ ଜିଲ୍ଲା ସିକରମପୁରର ରାହୁଲ ବାଲ୍ମିକ । ସେମାନଙ୍କ ନିକଟରୁ ୭କେଜି ୧୯୦ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ତୁଷୁରା ଛକ ନିକଟରେ ପୁଲିସ୍ ତାଙ୍କୁ ବାନ୍ଧିଛି । ସୂଚନା ମୁତାବକ, ତୁଷୁରା ଛକ ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ପୁଲିସକୁ ଖବର ମିଳିଥିଲା । ତୁଷୁରା ପୁଲିସ୍ ଟିମ୍ ଛକ ନିକଟରେ ପୂର୍ବରୁ ଡେରା ପକାଇଥିଲା । ୨ ଅଭିଯୁକ୍ତ ଗଞ୍ଜେଇ ନେଇ ଯାଉଥିବା ବେଳେ ମାଡ଼ିବସିଥିଲା ଟିମ୍ । ସେମାନଙ୍କ ନିକଟରୁ ୭ କେଜି ୧୯୦ଗ୍ରାମ ନୀଳ ଜହର ଜବତ ହୋଇଛି । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ମଧ୍ୟପ୍ରଦେଶ କାଟିନ ଜିଲ୍ଲାର ଦୁର୍ଗା ଗୁଡ଼ାରି ଓ ଧୁମ ଜିଲ୍ଲା ସିକରମପୁରର ରାହୁଲ ବାଲ୍ମିକ ।