
ରାଉରକେଲା : ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଛୋଟାନାଗରାରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ । ବିସ୍ଫୋରଣରେ ଦୁଇ ଯବାନ ଆହତ । ହସ୍ପିଟାଲରେ ଭର୍ତ୍ତି । ସୂଚନା ଅନୁଯାୟୀ, ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଛୋଟାନାଗରାରେ ସୋମବାର ସକାଳ ପ୍ରାୟ ସାଢେ ୧୦ଟା ସମୟରେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ କରିଛନ୍ତି । ଏହି ବିସ୍ଫୋରଣରେ ଝାଡ଼ଖଣ୍ଡ ଜାଗୁଆରର ଦୁଇ ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲ ଭର୍ତ୍ତିକରାଯାଇଛି ।