ଐତିହାସିକ ଗଞ୍ଜାମ ସହର ଏବଂ ପର୍ଯ୍ୟଟନ ସହର ରମ୍ଭା ସହରାଞ୍ଚଳ ପାଇଁ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ନିମନ୍ତେ ଅନୁମୋଦନ ଲାଭ

  • ମୁଖ୍ୟମନ୍ତ୍ରୀଙ୍କୁ ଛତ୍ରପୁର ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଐତିହାସିକ ଗଞ୍ଜାମ ସହର ପାଇଁ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଅନୁମୋଦନ ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଅନୁରୋଧ କରାଯାଇଛି । ଏଥିପାଇଁ ଗଞ୍ଜାମ ସହରାଞ୍ଚଳର ବୃଦ୍ଧିଜୀବୀ, କ୍ରୀଡାପ୍ରେମୀ, କ୍ରୀଡାବିତ ଚିର କୃତଜ୍ଞ । ଅନୁଷ୍ଠିତ କୃତଜ୍ଞତା ଜ୍ଞାପନ ସମାରୋହରେ ଗଞ୍ଜାମ ସହରର କ୍ରୀଡ଼ାବିତ, ବୃଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ବିଜୁପ୍ରେମୀ, କର୍ମକର୍ତ୍ତା ଯୋଗଦାନ କରି କ୍ରୀଡ଼ାବିତ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ କ୍ରୀଡା ଉପକରଣ ବଣ୍ଟନ କରାଯାଇଥିଲା ସେହିପରି ପର୍ଯ୍ୟଟନ ସହର ରମ୍ଭା ସହରାଞ୍ଚଳ ନିମନ୍ତେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଅନୁମୋଦନ ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଅନୁରୋଧ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ ସେହିଭଳି କୁତଜ୍ଞତା ଜ୍ଞାପନ ସମାରୋହରେ ରମ୍ଭା ସହରର କ୍ରୀଡାପ୍ରେମୀ, କ୍ରୀଡ଼ାବିତ, ବୃଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ବିଜୁ ପ୍ରେମୀ, ସମସ୍ତ କର୍ମକର୍ତ୍ତା ଯୋଗଦାନ କରିଥିଲେ । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା କ୍ରୀଡ଼ାବିତ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ କ୍ରୀଡା ଉପକରଣ ବଣ୍ଟନ କରାଯାଇଥିଲା । ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ସହର ଓ ରମ୍ଭା ସହରାଞ୍ଚଳ ନିମନ୍ତେ ଦୁଇଟି ଇଣ୍ଡୋର ଷ୍ଟାଡିୟମର ଅନୁମୋଦନ ଲାଭ ହୋଇଥିବା ନେଇ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରି ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.