pr

ହୀରାକୁଦ ଜଳଭଣ୍ଡାରରେ ଡିସେମ୍ବର ୧ ରୁ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ଆୟୋଜିତ ହେବ ଇକୋ ରିଟ୍ରିଟ

dr. purohit

ସମ୍ବଲପୁର, (ଦାମୋଦର ପଣ୍ଡା) : ଚଳିତ ବର୍ଷ ହୀରାକୁଦ ଜଳଭଣ୍ଡାରରେ ଡିସେମ୍ବର ୧ ରୁ ଫେବ୍ରୁଆରୀ ୨୮ ପର୍ୟ୍ୟନ୍ତ ପ୍ରଥମ ଥର ପାଇଁ ଆୟୋଜିତ ହେବ ଇକୋ ରିଟ୍ରିଟ । ଗତ ବର୍ଷ କୋଣାର୍କ ରେ ଆୟୋଜିତ ଏହି କାର୍ୟ୍ୟକ୍ରମର ବିପୁଳ ସଫଳତା ପରେ ଏଥର ପାଞ୍ଚୋଟି ସ୍ଥାନରେ ଆୟୋଜିତ ହେଉଥିବା ଏହି କାର୍ୟ୍ୟକ୍ରମ ଭିତରୁ ହୀରାକୁଦ ଅନ୍ୟତମ ।ଶୀତକାଳୀନ ଆମୋଦ ପ୍ରମୋଦ ପାଇଁ ୨୫ ଟି ସ୍ୱିସ କଟେଜ ବ୍ୟବସ୍ଥା କରାଯାଇଛି, ପ୍ରାୟ ଦଶ ହଜାର ଟଙ୍କା ମୂଲ୍ୟରେ ଯୋଗାଇ ଦେବାକୁ ଥିବା ଏହି କଟେଜ ପାଇଁ ବୁକିଙ୍ଗ ଆରମ୍ଭ ହେଲାଣି । ଏହି ବ୍ୟବସ୍ତା ସହ ଜଳକ୍ରୀଡ଼ା, ସାଇକଲିଂ, ଦେବରିଗଡ଼ ପରିଦର୍ଶନ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଲାଲୁଜି ଆଣ୍ଡ ସନ୍ସକୁ ଠିକା ଦିଆଯାଇଛି । ଏହି ସ୍ଥାନର ଦୂରତା ଅଇଁଠା ପାଲିରୁ୧୨ କିମି ବୋଲି ଜଣାଯାଇଛି । ପର୍ୟ୍ୟଟନର ବିକାଶ ପାଇଁ ଏହା ଉଦ୍ଧିଷ୍ଟ । ମୁଖ୍ୟମନ୍ତ୍ରୀ ଏହାର ଲୋଗୋ ଇତି ମଧ୍ୟରେ ଉଦ୍ଘାଟନ କରିଛନ୍ତି ।

nrusinghnath
Leave A Reply

Your email address will not be published.