oum

ହାଇକୋର୍ଟରେ ପହଞ୍ଚିଲା ନେତାଜୀ ବସ ଟର୍ମିନାଲ ବିବାଦ

jsm

କଟକ : ହାଇକୋର୍ଟରେ ପହଞ୍ଚିଲା ନେତାଜୀ ବସ ଟର୍ମିନାଲ ବିବାଦ । କଟକ ଖାନନଗର ଠାରେ ୧୨ଏକର ଜମି ଉପରେ ନିର୍ମାଣ ହେବାକୁ ଥିବା ନେତାଜୀ ବସ ଟର୍ମିନାଲର ୩ଏକର ଜମିକୁ ନେଇ ହାଇକୋର୍ଟରେ ପିଟିସନ ଦାୟର ହୋଇଛି । ଖାନନଗର ଶ୍ମଶାନ କାଳୀଙ୍କ ୩ଏକର ସମ୍ପତ୍ତି ଉପରେ ସ୍ଥିତାବସ୍ଥା ଜାରି କରିଛନ୍ତି ହାଇକୋର୍ଟ। ମାଙ୍କ ସମ୍ପତ୍ତିକୁ ସୁରକ୍ଷା କରିବାକୁ ନେଇ ରଞ୍ଜନ କୁମାର ସାହୁ ଏବଂ ଅନ୍ୟ ୩ଜଣଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା ।
ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରିବେ ନାହିଁ ସରକାର । ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ଆରଡିସି, ଏଣ୍ଡୋମେଣ୍ଟ କମିଶନର, କଟକ ଜିଲ୍ଲାପାଳ, ସିଏମସି କମିଶନର ଓ ସଦର ତହସିଲଦାରଙ୍କୁ ପକ୍ଷଭୁକ୍ତ କରାଯାଇଛି ।

Leave A Reply

Your email address will not be published.