ସାମାନ୍ୟ ପାଟିତୁଣ୍ଡ କାରଣରୁ ବାପର ହତ୍ୟାକାରୀ ସାଜିଲା ପୁଅ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ପାଲିଗାଁରେ ବାପାକୁ ହତ୍ୟା କରି ଶବକୁ ପୋତି ଦେଇଛି ପୁଅ । ପାଲିଗାଁର ସୁରଲି ତସା ଓ ତାଙ୍କ ନାବାଳକ ପୁଅ ଇଟା ପକାଇବାକୁ ଯାଇଥିଲେ । ସେଠାରେ ବାପ ପୁଅ ମଧ୍ୟରେ କୌଣସି କାରଣରୁ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା । ପରେ ଏହା ଉଗ୍ର ରୁପ ଧାରଣ କରିଥିଲା ।
ନାବାଳକ ପୁଅ ଉତ୍ତ୍ୟକ୍ତ ହୋଇ ବାପା ସୁରଲିକୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ସୁରଲିଙ୍କ ଜୀବନ ଚାଲିଯାଇଥିଲା । ଏହାପରେ ପୁଅ ବାପାର ଶବକୁ ପୋତି ଦେଇଥିଲା । ଗାଁ ଲୋକଙ୍କ ଠାରୁ ଖବର ପାଇ ବୀରମହାରାଜପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କ ଘରେ ତଦନ୍ତ କରିବା ସହିତ ଅଭିଯୁକ୍ତ ପୁଅକୁ ଶବ ପୋତିବା ସ୍ଥାନକୁ ନେଇ ତଦନ୍ତ ଜାରି କରିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋତା ଯାଇଥିବା ଶବକୁ ଖୋଳାଯାଇଛି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.