pr

ବାତିଲ ହେଲା ମାନ୍ୟବର ରାଜ୍ୟପାଳଙ୍କ ହରିଶଙ୍କର ଗସ୍ତ

dr. purohit

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ପଶ୍ଚିମ ଓଡ଼ିଶାର ପ୍ରମୁଖ ପୁଣ୍ୟ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଠାରେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ଉଦ୍‌ଘାଟିତ ହୋଇଯାଇଛି । ବୈଶାଖ ମେଳାର ଦ୍ଵିତୀୟ ଦିବସରେ ରାଜ୍ୟପାଳଙ୍କ ଗସ୍ତ ଥିବାରୁ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ହରିଶଙ୍କର ଦିନବେଳା ଚଳଚଞ୍ଚଳ ରହିଥିଲା । ହେଲେ ଅପରାହ୍ନରେ ରାଜ୍ୟପାଳଙ୍କ ଗସ୍ତ ବାତିଲ ହୋଇଯାଇଥିଲା । ବର୍ତ୍ତମାନ ଭାରତ ଏବଂ ପାକିସ୍ତାନର ପରିସ୍ଥିତି ଯେମିତି ଅଛି ସେହି କାରଣରୁ ରାଜ୍ୟପାଳଙ୍କ ହରିଶଙ୍କର ଗସ୍ତ ବାତିଲ ହୋଇଥିବା ଜଣାପଡିଛି । ତେବେ ଦ୍ଵିତୀୟ ଦିବସରେ ଦେବତ୍ତୋର ଅଧିକାରୀ ସୁନୀଲ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ରୂପେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ଏସ୍‌ଡିପିଓ ସଦାନନ୍ଦ ପୁଜାରୀ, ଦେବତ୍ତୋର ବିଭାଗରୁ ଅଭୟ ତ୍ରିପାଠୀ, ଶଶି ପୂଝାରୀ ଯୋଗଦେଇଥିଲେ । ହରିଶଙ୍କର କଲେଜ ଅଧକ୍ଷ ବଳଭଦ୍ର ଦାଶ ମଞ୍ଚ ପରିଚାଳନା କରିଥିବା ବେଳେ ସରପଞ୍ଚ ସଙ୍ଘ ସଭାପତି ସୁଶିଲ କୁମାର ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରଥମ ମଞ୍ଚରେ ପଞ୍ଚମ ବଲାଙ୍ଗିର, ସୁରସନ୍ଧ୍ୟା ପାଟଣାଗଡ ଓ ଗୋଲାମୁଣ୍ଡାର ରାମଲୀଳା ମଞ୍ଚସ୍ଥ ହୋଇଥିବା ବେଳେ ଦ୍ଵିତୀୟ ମଞ୍ଚରେ ଓଡିଆପାଲିର ମା’ ଅନ୍ନପୂର୍ଣ୍ଣା ଡ଼୍ୟାନ୍ସ ଗ୍ରୁପ୍, ନଟରାଜ କଳା ପରିଷଦ ବଲାଙ୍ଗିର, ସାତ କୁଆଁରୀ ପାଟଣାଗଡର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

nrusinghnath
Leave A Reply

Your email address will not be published.