pr

ହନୁମାନ ମନ୍ଦିର ପ୍ରାଙ୍ଗଣରେ ଗୀତା ଜୟନ୍ତୀ

dr. purohit

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ବରଗଡ଼ ଆରୟଟିଓ ଅଫିସ୍ ନିକଟସ୍ଥ ହନୁମାନ ମନ୍ଦିର ପ୍ରାଙ୍ଗଣରେ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଗୀତା ଜୟନ୍ତୀ (ସୌର୍ୟ ଦିବସ) ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଜିଲ୍ଲା ସଂଯୋଜକ ରାଜେଶ ବନ୍‌ଛୋର ସଂଯୋଜନା କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ଭବିଶ୍ବ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ନିଧୁବନ ବିହାରୀ ପଣ୍ଡା, ସମ୍ମାନନୀୟ ଅତିଥି ଭାବେ ବଜରଙ୍ଗ ଦଳ ପ୍ରାନ୍ତିୟ ସହ ସଂଯୋଜକ କିଶୋର ବିଭାର, ପ୍ରାନ୍ତିୟ ସୁରକ୍ଷା ପ୍ରମୁଖ ଅଶ୍ବିନୀ ମେହେର ଯୋଗ ଦେଇଥିଲେ । ଶେଷରେ ଭିଏଚ୍‌ପିର ଜିଲ୍ଲା ସମ୍ପାଦକ ଭୂବନେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ୟ୍ୟକ୍ରମରେ ବରଗଡ଼ ଜିଲ୍ଲା ସଂଗଠନର ଶତାଧିକ କାର୍ୟ୍ୟକର୍ତ୍ତା ସାମିଲ ହେବା ସହ ଧର୍ମ, ସଂସ୍କୃତି ତଥା ରାଷ୍ଟ୍ରର ରକ୍ଷା ହେତୁ ଆଗାମୀ ଦିନରେ ବହୁ ସଂଖ୍ୟାରେ ହିନ୍ଦୁ ଯୁବକ ମାନେ କିପରି ସଂଗଠନରେ ଯୋଡ଼ି ହୋଇ ପାରିବେ ତାହା ସଂକଳ୍ପ ନେଇଥିଲେ ।

nrusinghnath
Leave A Reply

Your email address will not be published.