ବୋଲେରୋକୁ ଧକ୍କା ଦେଲା ଟ୍ରକ୍‌ : ଡ୍ରାଇଭର ମୃତ, ୩ ଗୁରୁତର

ଧର୍ମଗଡ଼ : ମହୁଲପାଟଣାରୁ ରୋଗୀ ନେଇ ଭବାନୀପାଟଣା ମେଡିକାଲକୁ ଆସୁଥିବା ସମୟରେ ଜୁନାଗଡ଼ ବ୍ଲକ ମଥୁରା ଛକ ନିକଟରେ ଏକ ବୋଲେରୋକୁ ଟ୍ରକ୍‌ ଧକ୍କା ଦେଇଥିଲା । ଏହାଫଳରେ ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ଏଣେ ରୋଗୀ ସମେତ ଆଉ ୩ ଜଣ ଗୁରୁତର ହୋଇଥିବାର ସୂଚନା ରହିଛି । ଗୁରୁତରମାନଙ୍କୁ ଆମ୍ବୁଲାନ୍ସରେ ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍‌ସ୍ଥଳରେ ପୋଲିସ ପହଞ୍‌ଞ୍ଚି ତଦନ୍ତ ଜାରୀ କରିଛି ।

Leave A Reply

Your email address will not be published.