ବିଧାୟକ ଓ ମନ୍ତ୍ରୀ ପରିଦର୍ଶନ କଲେ ଗୁରୁକୁଳ ଆଶ୍ରମ

ସଇଁତଲା, (ପ୍ରଶାନ୍ତ କୁମାର ମେହେର) : ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଳକ ଟିକ୍ରାପଡା ପଞ୍ଚାୟତ ଅନ୍ତର୍ଗତ ସପ୍ତର୍ଷି ଗୁରୁକୁଳ ଆଶ୍ରମକୁ ପାଟଣାଗଡ଼ ବିଧାୟକ ସରୋଜ ମେହେର ଓ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ ଏବଂ ରାଜ୍ୟ ବିଜେଡି ସମ୍ପାଦକ ନିହାର ରଞ୍ଜନ ବେହେରା ପରିଦର୍ଶନ କରିବା ସହ ସେଠାକାର ସ୍ଥିତି ପରଖିବା ପରେ ଆଶ୍ରମରେ ରହୁଥିବା ଶିଶୁ ମାନଙ୍କ ର ଶିକ୍ଷା, ସ୍ଵାସ୍ଥ୍ୟ ଓ ଖାଇବା ଓ ରହିବା ବିଷୟରେ ଆଲୋଚନା କରିଥିଲେ । ଗୁରୁକୁଳ ଆଶ୍ରମର ପଣ୍ଡିତ ଶ୍ରୀ ସହଦେବ ଶାସ୍ତ୍ରୀଙ୍କ ଦ୍ଵାରା ୨୦୦୦ ମସିହା ନଭେମ୍ବର ମାସ ୧୪ ତାରିଖ ଦିନ ଝାଟିମାଟି ଦ୍ଵାରା ଆଶ୍ରମ ନିର୍ମାଣ କରିଥିବା ବେଳେ ଆଜି ପର୍ୟ୍ୟନ୍ତ ଭିକ୍ଷା ବୃତ୍ତି ଓ ଲୋକଙ୍କ ସାହାଯ୍ୟ ଟଙ୍କାରେ ଆଶ୍ରମ ଚଳୁଥିବା ପ୍ରକାଶ କରିଛନ୍ତି । ସୂଚନା ଏହି କି ଦୀର୍ଘ ଦିନରୁ ଆଶ୍ରମ ଚଳୁଥିବା ବେଳେ ୧୫ ଜଣ କର୍ମଚାରୀ ବିନା ପାରିଶ୍ରମିକ ସେବା ଯୋଗାଉଛନ୍ତି । ଶିଶୁ ମାନେ ଜାତୀୟ ଓ ରାଜ୍ୟ ସ୍ତରରେ କୃତିତ୍ୱ ଅର୍ଜନ କରି ସଫଳତା ପାଇଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ମନ୍ତ୍ରୀ, ବିଧାୟକ ଓ ବିଜେଡି ସମ୍ପାଦକଙ୍କ ଗୁରୁକୁଳ ଆଶ୍ରମ ପ୍ରବେଶକୁ ଅଞ୍ଚଳରେ ଏକ ଖୁସି ଖବର, ଯାହାକି ଆଶ୍ରମ ପ୍ରତି ଉନ୍ନତିର ଆଶା ବାନ୍ଧିଛନ୍ତି ଅଞ୍ଚଳ ବାସୀ । ପରେ ପରେ ଗୁରୁକୁଳର ପଣ୍ଡିତଙ୍କ କାର୍ୟ୍ୟକୁ ଦେଖି ପ୍ରଶଂସା କରିଥିଲେ ।

Leave A Reply

Your email address will not be published.