ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗୁରୁ କୃପା ସେବା ଟ୍ରଷ୍ଟ ପକ୍ଷରୁ ମାତୃପିତୃ ଦିବସ ପାଳନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଲୋକେ ନିଜର ସଂସ୍କୃତି ଓ ପରମ୍ପରାକୁ ଭୁଲି ପାଶ୍ଚାତ୍ୟ ପରମ୍ପରାକୁ ଆପଣାଇ ଦିଗହରା ହେଉଛନ୍ତି । ଯେମିତିକି ଫେବୃଆରୀ ୧୪ ତାରିଖକୁ ପ୍ରେମୀ ଯୁଗଳ ଭେଲେନ୍‌ଟାଇନ୍‌ ଡେ ରୂପେ ପାଳନ କରୁଥିବା ବେଳେ ଗୁରୁକୃପା ସେବା ଟ୍ରଷ୍ଟ ଏହି ଦିନରେ ସହରର ବିଭିନ୍ନ ସ୍କୁଲ ମାନଙ୍କୁ ଯାଇ ସେଠାରେ ମାତୃପିତୃ ଦିବସ ପାଳନ କରିଥାନ୍ତି । ଶୁକ୍ରବାର ସକାଳୁ ସ୍ଥାନୀୟ ପ୍ରଭାବତୀ ପବ୍ଲିକ ସ୍କୁଲରେ ମଧ୍ୟ ଗୁରୁ କୃପା ସେବା ଟ୍ରଷ୍ଟର ମୁଖ୍ୟ କେଦାର କବାଟ ଓ ଅନ୍ୟ ସଦସ୍ୟ ମାନେ ଯାଇ ସେଠାରେ ମାତୃପିତୃ ଦିବସ ପାଳନ କରିଥିଲେ । ସ୍କୁଲର ଛାତ୍ରଛାତ୍ରୀ ମାନେ ମନ୍ତ୍ର ଉଚ୍ଚାରଣରେ ନିଜର ପିତାମାତାଙ୍କୁ ପୂଜନ କରୁଥିବା ଦେଖିବାକୁ ମିଳିଥିଲା । ଯାହାକି ନିଜ ସଂସ୍କାର ଓ ପରମ୍ପରାର ଝଲକ । ପିତାମାତା ଗୁରୁଜନଙ୍କୁ ସମ୍ମାନ ଦେବା, ନିଜର ସଂସ୍କୃତିକୁ ପ୍ରାଧାନ୍ୟ ଦେବା ସହ ଅଭିଭାବକ ମାନେ ନିଜର ପୁଅ ଝିଅଙ୍କ ପ୍ରତି ନିଜର ଦାୟିତ୍ଵ ନିର୍ବାହ କରିବା ସହ ଯେମିତି ଅବାଟରେ ନ ଯିବେ ସେ ଦିଗରେ ଯତ୍ନବାନ ହେବାକୁ କହିଥିଲେ । ଏହିଭଳି ପ୍ରୟାସ ପାଇଁ ପ୍ରଭାବତୀ ପବ୍ଲିକ ସ୍କୁଲର ଡାଇରେକ୍ଟର ଆଡମିନ ଧରିତ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.