oom

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେଙ୍ଗାଲିରେ ଗୁରୁଦିବସ ପାଳିତ

jsmm

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ରେଙ୍ଗାଲିରେ ଭରଚୁଆଲ ଗୁରୁଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବଳରାମ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଲୋଇସିଂହା ବିଧାୟକ ଡ଼ଃ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀମାନଙ୍କୁ ଗୁରୁଦିବସ ପାଳନର ମହତ୍ୱ ବିଷୟରେ କହିଥିଲେ । ଆମେ ଏହି ପୁଣ୍ୟ ତିଥିରେ ଭାରତର ଦ୍ଵିତୀୟ ରାଷ୍ଟ୍ରପତି ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣାନଙ୍କୁ ମନେ ପକେଇବା ସହିତ ଆମେ ଆମ ସମସ୍ତଙ୍କ ଗୁରୁଙ୍କୁ ଏହି ଦିନଟି ସମର୍ପଣ କରୁ । ମୁଖ୍ୟ ଅତିଥି କହିଥିଲେ, ଆଜିର ଦିନରେ ପରିବେଶ ହେଉଛି ଆମର ମୁଖ୍ୟ ଗୁରୁ । ଆମେ ପରିବେଶକୁ ବୁଝିବାକୁ ହେବ, ପରିବେଶ ବଞ୍ଚିଲେ ହିଁ ଆମେ ବଞ୍ଚିବା । ତା ସହିତ ଆଜିର ଏହି ମହାମାରୀ ସମୟରେ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ଉପକାରିତାର ଗୁରୁତ୍ୱ ବୁଝିବାକୁ ହେବ । ତାଙ୍କ ବକ୍ତବ୍ୟରେ ଡ଼ଃ. ମହାଲିଙ୍ଗ ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ସ୍ବର୍ଗତ ଏ.ପି.ଜେ ଅବଦୁଲ କାଲାମଙ୍କ ବିଭିନ୍ନ ଉକ୍ତିଗୁଡିକ ଉଧୃତ କରି ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ । ଏହି ଅବସରରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ରେଙ୍ଗାଲିର ଶିକ୍ଷକ ଲକ୍ଷ୍ମଣ ନାଏକ, ସୁଶୀଲ କୁମାର ମେହେର, ଦୀନମିତ୍ର ନାଗ, ଶ୍ରୀମତୀ ବନବାସିନୀ ଛତ୍ରିଆ, ସନ୍ତୋଷ ବାରିକ, ତାଲଜୁରୀ ଉଚ୍ଚ ବିଦ୍ୟାଳୟର ଦିଲୀପ ମିଶ୍ର, ବୁରଡ଼ା ଉଚ୍ଚ ବିଦ୍ୟାଳୟର ଶିବ ପ୍ରସାଦ ତ୍ରିପାଠୀ, ମହୀମୁଣ୍ଡା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଜଗନ୍ନାଥ ସାହୁ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ସଫଳ ହେବା ପାଇଁ ଗୁରୁ ମାନଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ । ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ରେଙ୍ଗାଲିର ବର୍ତ୍ତମାନ ଅଧ୍ୟୟନରତ ଛାତ୍ରଛାତ୍ରୀ ତଥା ପୁରାତନ ଛାତ୍ରଛାତ୍ରୀ ଏହି ଭରଚୁଆଲ ଗୁରୁଦିବସରେ ଭାଗ ନେଇଥିଲେ । ପୁରାତନ ଛାତ୍ର ହୃଷିକେଶ ସାହୁ ଆୟୋଜନ କରିଥିବା ବେଳେ ଦିଲୀପ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.