oom

ଯାଦବ ସମାଜର ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରବିବାର ଦିନ ନୃସିଂହନାଥ ସମଲେଶ୍ବରୀ ମନ୍ଦିର ପରିସରରେ ପାଇକମାଲ ବ୍ଲକ ଯାଦବ ସମାଜର ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ କୋଭିଡ – ୧୯ ନିୟମ କୁ ମାନି କେବଳ ବିଧି ପୂର୍ବକ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଥିଲା । ନୃସିଂହନାଥ ଗୋ କୁଣ୍ତରୁ କଳସ ଯାତ୍ରା କରି କର୍ତ୍ତା ଟିକେଲାଲ ମାହାର ତାଙ୍କ ଧର୍ମପତ୍ନୀ ଟେଭା ମାହାର ପୂଜା ଅର୍ଚ୍ଚନା କରିଥିଲେ । ଯାଦବ ସମାଜ ଗିରି ଗୋବର୍ଦ୍ଧନ ପୂଜାରେ ପାଇକମାଲ ବ୍ଲକ ସଭାପତି ବନମାଳୀ ଚନ୍ଦନ, ବ୍ଲକ ସଂପାଦକ ବାଳକୃଷ୍ଣ ବନଛୋର, ସମଲେଶ୍ବରୀ ମନ୍ଦିର ସଭାପତି ସୁବାଷ ହଂସ,ପାଇକମାଲ ସର୍କଲ ସଭାପତି ମଧୁସୂଦନ ପାଣ୍ତେ, ଭାସ୍କର ଭୋଇ, ଉକଳ ହଂସ, ରଘୁମଣି ବାଗ, ବିଜୟ ହଂସ, ଭୁବନେଶ୍ବର ବନଛୋର ପ୍ରମୁଖ ଉପସ୍ଥିତ ଥିବାବେଳେ ସମଲେଶ୍ବରୀ ମନ୍ଦିର ପୂଜକ ଗୋବର୍ଦ୍ଧନ ମାହାର, ରାମ କିଶନ ହଂସ, ପଣ୍ଡିତ ଜୟ କୁମାର ଆଚାର୍ୟ୍ୟ ପୁରୋହିତ କାର୍ୟ୍ୟ ତୁଲାଇଥିଲେ ।

jittmm
Leave A Reply

Your email address will not be published.