pr

କେଶରୀୟା ହିନ୍ଦୁ ବାହିନୀ ତରଫରୁ ୭୨ତମ ଗଣତନ୍ତ୍ର ଦିବସ ପାଳିତ

dr. purohit

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗୀର ଜିଲ୍ଳା କେଶରୀୟା ହିନ୍ଦୁ ବାହିନୀ ତରଫରୁ ୭୨ତମ ଗଣତନ୍ତ୍ର ଦିବସ ଜିଲ୍ଳା କାର୍ୟ୍ୟାଳୟ ଠାରେ ପାଳିତ ହୋଇଯାଇଛି । ଏଥିରେ କେଶରୀୟା ହିନ୍ଦୁ ବାହିନୀର ରାଜ୍ୟ ମହାମନ୍ତ୍ରୀ ତଥା କୋର କମିଟି ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ଭୋଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ ଏବଂ ଗଣତନ୍ତ୍ର ଦିବସର ମହତ୍ୱ ବର୍ଣ୍ଣନା କରିଥିଲେ । ଜିଲ୍ଲାର ନଗର ସଭାପତି ସନ୍ତୋଷ ସାହୁଙ୍କ ସହଯୋଗରେ ଜିଲ୍ଳା ବରିଷ୍ଠ ଉପାଧ୍ୟକ୍ଷ ଶଙ୍କର୍ଷଣ ଆଚାର୍ୟ୍ୟ, ଜିଲ୍ଲା ମହାସଚିବ ସୁନୀଲ ମିଶ୍ର, ଜିଲ୍ଲା କୋଷାଧକ୍ଷ ସୁଶୀଲ ସାହୁ ଏବଂ ଜିଲ୍ଲା ସଭାପତି ଭାବେ ନବ ନିର୍ବାଚିତ ଶ୍ରୀ ପ୍ରଦୀପ କୁମାର ତ୍ରିପାଠୀ ଏବଂ ଜିଲ୍ଳାର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଯୋଗଦାନ ଦେଇ କାର୍ଯ୍ୟକ୍ରମକୁ ସଫଳତାର ସହ ପାଳନ କରିଥିଲେ ।

nrusinghnath
Leave A Reply

Your email address will not be published.