oom

ଆମ୍ବଗାଁରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ

jsmm

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଆମ୍ବଗାଁ ବିଜୁ ପଟ୍ଟନାୟକ ଖେଳ ପଡିଆ ଠାରେ ୭୨ତମ ସାଧାରଣତନ୍ତ୍ର ଦିବସ କରୋନା କଟକଣା ଯୋଗୁଁ କୋଭିଡ଼ ନିର୍ଦ୍ଦେଶାବଳୀ ଅନୁସାରେ ପାଳନ କରାଯାଇଛି । କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହୀଧର ରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ବିଧାୟକ ଶ୍ରୀ ରଣା ତାଙ୍କ ଅଭିଭାଷଣରେ ରାଜନୈତିକ ସ୍ୱାଧୀନତା, ସାମାଜିକ ନ୍ୟାୟ, ଗଣତାନ୍ତ୍ରିକ ମୂଲ୍ୟବୋଧ, ଧର୍ମନିରପେକ୍ଷତା, ବୈଷମ୍ୟମୁକ୍ତ ସମାଜ ପ୍ରତିଷ୍ଠା ଓ ମାନବାଧିକାର ପ୍ରତି ସମ୍ମାନ ପ୍ରଦର୍ଶନ ଆମ ସମ୍ମିଧାନର ବିଶେଷତ୍ୱ ଏବଂ ଭାରତୀୟ ସମ୍ବିଧାନ ଆମ ଐକ୍ୟ, ସଂହତି ଓ ଧର୍ମ ନିରପେକ୍ଷ ଚରିତ୍ରକୁ ମଜବୁତ କରିଛି ବୋଲି ପ୍ରକାଶ କରିଥିଲେ । ଭାରତ ବର୍ଷର ଏକତା ଓ ଅଖଣ୍ଡତା ବଜାୟ ରଖିବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ ବୋଲି କହିଥିଲେ ।

ଏହା ସହ ରାଜ୍ୟ ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକ ଜନସାଧାରଣଙ୍କ ସହଯୋଗିତା ଓ ସହଭାଗିତା ଦ୍ୱାରା ସଫଳ ରୂପାୟନ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । କଣ୍ଟାମାଳ ବିଡିଓ ସୁଶ୍ରୀ ବନ୍ଦନା ଖଟୁଆ, ଆମ୍ବଗାଁ ସରପଞ୍ଚ ପଦ୍ମିନୀ ରଣା ଅତିଥି ଭାବେ ଯୋଗ ଦେଇଥିଲେ । ପିଇଓ ନରେନ୍ଦ୍ର ବେହେରା, ଯୋଗାଣ ସହାୟକ ଦେବାର୍ଚ୍ଚନ ରଣା ଏବଂ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଉପସ୍ଥିତ ଥିଲେ । ଶିକ୍ଷାବିତ ନିଳାଞ୍ଚଳ ଭୋଇ ଧନ୍ୟବାଦ ଦେଇଥିଲେ । ସେହିପରି ଖୁଣ୍ଟିଗୋରା ହାଇସ୍କୁଲରେ ପ୍ରଧାନ ଶିକ୍ଷକ ସୋମନାଥ ସାହୁ, ପିଏଚସିରେ ଶିକ୍ଷାବିତ କାର୍ତ୍ତିକେଶ୍ବର ବେହେରା, ପଞ୍ଚାୟତରେ ସରପଞ୍ଚ ପ୍ରହଲ୍ଲାଦ ସେଠୀ, ଶିଶୁ ମନ୍ଦୀରରେ ଦେବାଧି ମଲିକ ଏବଂ ଘଣ୍ଟାପଡା ଡାକ୍ଟରଖାନାରେ ଡାକ୍ଟର ସଞ୍ଜୟ ନାଏକ, ଶିଶୁ ମନ୍ଦିରରେ ପ୍ରଧାନ ଆଚାର୍ୟ୍ୟ ଶେଷଦେବ ସେଠୀ, ପଞ୍ଚାୟତରା ସରପଞ୍ଚ ଜିତେନ୍ଦ୍ର ଦେହୁରୀ, ଜୁନିଅର କଲେଜରେ ଅଧ୍ୟକ୍ଷ ପରମାନନ୍ଦ ଡାଙ୍କ, ଡିଗ୍ରୀ କଲେଜରେ ଜମିଦାର ବସନ୍ତ ମାଝୀ ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ ।

jittmm
Leave A Reply

Your email address will not be published.