pr

ଗଞ୍ଜାମରେ ମା ଦକ୍ଷିଣକାଳୀ ନୂତନ ମନ୍ଦିର ପ୍ରତିଷ୍ଟା ଓ ବିଗ୍ରହ ସ୍ଥାପନ ନେଇ ପ୍ରାକ ପ୍ରସ୍ତୁତି ବୈଠକ

dr. purohit

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଅନ୍ତର୍ଗତ କଲେଜ ନିକଟସ୍ଥତ ବିରାଜମାନ ମା ଦକ୍ଷିଣକାଳୀ ଭବ୍ୟ ମନ୍ଦିର ପ୍ରତିଷ୍ଠା ଓ ମାଙ୍କ ବିଗ୍ରହ ସ୍ଥାପନ ନେଇ ମନ୍ଦିର ପରିସରରେ ମଧ୍ୟରେ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସର୍ବସମ୍ମତି କର୍ମେ ଫେବ୍ୟୃାରୀ ୧୮ ରୁ ୨୨ ତାରିଖ ମଧ୍ୟରେ ହେବାକୁ ଥିବା ଏହି ଦେବୀକାର୍ଯ୍ୟ ନିମନ୍ତେ ଏକ ୧୧ ଜଣିଆ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ କିପରି ହୋଇପାରିବ ତାର ରୂପରେଖ କିପରି ରହିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ପୂର୍ବ ପ୍ରସ୍ତୁତି କିପରି ରହିବ ଆଲୋଚନା ହୋଇଥିଲା । ଧନୁର୍ଦ୍ଧର ବେହେରା, ରାମ ଗୌଡ଼, ସୁଧିର କୁମାର ପାଢ଼ୀ, ଗୌରୀ ଶଙ୍କର ବାରିକି, ପ୍ରଭାତ କୁମାର ସାହୁ, ତ୍ରିନାଥ ରାଉଳ, ପି ଭୀମା ରେଡ୍ଡି, ବୁଲୁ ରେଡ୍ଡି, ରଞ୍ଜନ ବେହେରା, ସନ୍ତୋଷ କୁମାର ସାହୁ, ରାମ ଚନ୍ଦ୍ର ବେହେରା, ପ୍ରଦୀପ କୁମାର ପଣ୍ଡା, ଶବର କୁମାର ତରାଇ, ମୋଚିରାମ ଗୌଡ଼, ମୁକୁନ୍ଦ ରେଡ୍ଡି, ବୈରୀ ରଞ୍ଜନ ସାହୁ, ରାକେଶ କୁମାର ମିଶ୍ର, ତ୍ରିନାଥ ବେହେରା, କେଦାର ନାଥ ସାହୁ, ବାହୁଡା ବେହେରା, ଉମାକାନ୍ତ ବେହେରା ପ୍ରମୁଖଙ୍କ ସହ ଗ୍ରାମର ଭଦ୍ର ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ ।

nrusinghnath
Leave A Reply

Your email address will not be published.