ଟ୍ରାଫିକ ପୋଲିସ ପକ୍ଷରୁ ଟ୍ୱିନସିଟିରେ ଜୋରଦାର ଗାଡି ଚେକିଂ

ଭୁବନେଶ୍ୱର : ଟ୍ରାଫିକ ପୋଲିସ ପକ୍ଷରୁ ଟ୍ୱିନସିଟିରେ ଚାଲିଛି ଜୋରଦାରଚେକିଂ । ବିନା ହେଲମେଣ୍ଟ , ବିନା ନମ୍ବର ପ୍ଲେଟ ମଙ୍ଗଳବାର ରାଜଧାନୀରେ ଚାଲିଥିଲା ବ୍ଲକିଂ ଆଉ ଚେକିଂ । ଟ୍ରାଫିକ-୧ ର ୪ଟି ଛକରେ ଓ ଟ୍ରାଫିକ-୨ ଅଧିନରେ ୩ଟି ପାର୍କିଂ ସ୍ପଟରେ ପୋଲିସ ଜଗି ରହିଥିଲେ । ଯେଉଁ କାର କାଚରେ କଳାଜରି ଲାଗିଥିବା ଦେଖିଲେ ତାକୁ ଅଟକ ରଖି କଳାଜରି ଅନ ଦି ସ୍ପଟ ବାହାର କରୁଥିଲେ ଟ୍ରାଫିକ ପୋଲିସ । କେବଳ ଭୁବନେସ୍ୱର ନୁହେଁ କଟକରେ ମଧ୍ୟ ଚେକିଂକୁ ଜୋରଦାର କରାଯାଇଛି । ୨ ଦିନର ଚେକିଂରେ ୧୫୦ରୁ ଅଧିକ ବାଇକ , ୩୪ କାର , ୮ ଟି ୟୁନିଫାଏଡ ସାଇଲେନସର ଓ ଟ୍ରାଫିକରେ ୟୁ ଟର୍ଣ୍ନ ନେଇ ଟ୍ରାଫିକ ରୁଲ ଭାଙ୍ଗୁଥିବା ୫୪ ଜଣଙ୍କୁ ଫାଇନ କରାଯାଇଛି । ଯେଉଁମାନେ ଫାଇନ ଦେଉନାହାନ୍ତି ସେମାନଙ୍କ ଗାଡିକୁ ଜବତ କରି ଟ୍ରାଫିକ ଥାନାକୁ ନିଆଯାଉଛି ।

Leave A Reply

Your email address will not be published.