oom

ଆର୍‌ଇସି ସେକ୍ସନ୍ ପକ୍ଷରୁ ଗାଡି ଚାଳକଙ୍କୁ ସୁରକ୍ଷା ବାର୍ତ୍ତା

jsmm

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକର ପୁଇିଁନ୍ତଲା ଗ୍ରୀଡ୍ ପକ୍ଷରୁ ଗ୍ରୀଡରୁ ପ୍ଲା-କାର୍ଡ୍ ଧରି ଏକ ରେଲି ବାହାରି ଗ୍ରୀଡ୍ ସମ୍ମୁଖ ବଲାଙ୍ଗିର ସୋନପୁର ଏନ୍‌ଏଚ୍, ୫୭ ମୁଖ୍ୟ ରାସ୍ତାର ଦୁଇପାଶ୍ୱର୍ରେ ସମସ୍ତ ବିଜୁଳି ଅଧିକାରୀ ଏବଂ ଆର୍‌ଇସି ସେକ୍ସନର ସମସ୍ତ ଅଧିକାରୀ ୨ ଚକିଆ ଯାନରେ ଯାତାୟତ କରୁଥିବା ସମସ୍ତ ଚାଳକଙ୍କୁ ସଚେତନ କରାଉଥିଲେ । ହେଲମେଟ୍ ପିନ୍ଧି ଗାଡି ଚଳାଉଥିବା ଚାଳକକୁ କିଛି ଉପହାର ଦେଇ ଏମିତି ହେଲମେଟ୍ ପିନ୍ଧି ଯାତାୟାତ କରିବା ପାଇଁ ସଚେତନ କରୁଥିବା ବେଳେ ହେଲମେଟ୍ ପିନ୍ଧି ନଥିବା ଚାଳକଙ୍କୁ ମଧ୍ୟ କିଛି ଉପହାର ଦେଇ ଆଗକୁ କେମିତି ଦୁର୍ଘଟଣାରୁ ରକ୍ଷା ପାଇବେ, ସୁରକ୍ଷା ଅବଲମ୍ବନ କରିବେ ସେନେଇ ଅଧିକାରୀ ଏବଂ ସମସ୍ତ ଷ୍ଟାଫ୍ କର୍ମଚାରୀ ସଚେତନତା ବାର୍ତ୍ତା ଦେଉଥିବା ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.