om academy

ଏରୋ ଇଣ୍ଡିଆ ୨୦୨୧ ବିଶ୍ୱର ପ୍ରଥମ ହାଇବ୍ରିଡ୍‌ ଏରୋସ୍ପେସ୍‌ ସୋ : ଉଦ୍‌ଘାଟନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

jsm

ବେଙ୍ଗାଲୁରୁ : ଏରୋ ଇଣ୍ଡିଆ ୨୦୨୧ । ବେଙ୍ଗାଲୁରୁରେ ଆଜିଠୁ ଆରମ୍ଭ ହୋଇଛି ଏସିଆ ମହାଦେଶର ସବୁଠୁ ବଡ଼ ଏୟାର ଶୋ ଏରୋ ଇଣ୍ଡିଆ ୨୦୨୧ । ଏହାକୁ ଉଦ୍‌ଘାଟନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଆଜିଠାରୁ ତିନି ଦିନ ପାଇଁ ଚାଲିବ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ସିଡିଏସ ଜେନେେରାଲ୍ ବିପିନ ରାଓ୍ୱତ ଓ ତିନି ସେନା ମୁଖ୍ୟ । ଏହା ହେଉଛି ବିଶ୍ୱର ପ୍ରଥମ ହାଇବ୍ରିଡ୍‌ ଏରୋସ୍ପେସ୍‌ ସୋ । ଏୟାର ସୋ ଜରିଆରେ ସାରା ବିଶ୍ୱକୁ ନିଜ ସାମର୍ଥ୍ୟ ଦେଖାଇଛି ଭାରତ । ଏରୋ ଇଣ୍ଡିଆ ଶୋର ଉଦ୍‌ଘାଟନ ଉତ୍ସବରେ ଏମଆଇ-୧୭ ହେଲିକପ୍ଟର ଫ୍ଲାଗପାଷ୍ଟରେ ସାମିଲ ହୋଇଥିଲା । ଏଥିରେ ଭାରତ ସମେତ ଅନ୍ୟ ରାଷ୍ଟ୍ରର ଯୁଦ୍ଧବିମାନ, ଅସ୍ତ୍ରଶସ୍ତ୍ର ଓ ଟେକ୍ନୋଲୋଜି ପ୍ରଦର୍ଶିତ ହେବ ।

Leave A Reply

Your email address will not be published.