oom

ନିୟମରାଜା ପର୍ବ ଭଣ୍ଡୁର କରିବାକୁ ଉଦ୍ୟମ

jsmm

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ନିୟମଗିରି ନିୟମ ରାଜାଙ୍କ ପୂଜା ଭଣ୍ଡୁର ଉଦ୍ୟମ କରୁଥିବା ନେଇ ଅଭିଯୋଗ କରିଛନ୍ତି ନିୟମଗିରି ସୁରକ୍ଷା ସମିତି ଆବାହକ ସିକକା ଲଦ । ସେ ଏକ ସାମ୍ବାଦିକ ସମିଳନୀ ଜରିଆରେ କହିଛନ୍ତି ଯେ, ନିୟମ ରାଜାଙ୍କ ପର୍ବ ପ୍ରତିବର୍ଷ ଆମେ ଏହି ମାସରେ କରିଆସୁଛୁ । ଏହି ପର୍ବ ଦ୍ୱାରା ନିୟମ ରାଜାଙ୍କ ଆଶିର୍ବାଦ ପ୍ରାପ୍ତି ହୋଇଥାଏ ଓ ଡଙ୍ଗର ଚାଷ ଭୋଲ ହୋଇଥାଏ ଏବଂ ସେଥିରେ ଆମେ ଜୀବନ ଜୀବିକ ନିର୍ବାହ କରିଥାଉ । ଏହି ପର୍ବ ମାଧ୍ୟମରେ ଡଙ୍ଗରିଆ ପରମ୍ପରା ଓ ଏକତା ବଜାଇ ରହିଥାଏ । ଏହା ଆମ ପୁର୍ବ ପୁରୁଷ କରୁଥିଲେ ଏବେ ଆମେ କରୁଛୁ । କିନ୍ତୁ ଏବେ ଏହି ପର୍ବକୁ କିଛି ବହୁରାଷ୍ଟ୍ରୀୟ କମ୍ପାନୀ ଦଲାଲ ଭଣ୍ଡୁର କରିବାକୁ ଉଦ୍ୟମ କରୁଛନ୍ତି । ଏବଂ ବେନାମୀ ପଷ୍ଟର ମାଧ୍ୟମରେ ଡଙ୍ଗରିଆଙ୍କ ମଧ୍ୟରେ ବିଭେଦ ଓ ବାହୁରୁ ସହଯୋଗ କରୁଥିବା ବ୍ୟକ୍ତିଙ୍କୁ ଅପମାନିତ କରିବା ଭଳି କାର୍ୟ୍ୟ କରୁଛନ୍ତି । ଆମେ ୧୧୨ ଖଣ୍ଡ ଗାଁର ଡଙ୍ଗରିଆ ଏକତ୍ରିତ ହୋଇ ଏହି ନିୟମଗିରି ପୂଜା ତାରିଖ ନିର୍ଦ୍ଧାରଣ କରିଛୁ ଯାହା ଚଳିତ ମାସ ୨୧, ୨୨, ୨୩ ତାରିଖ ୩ଦିନ ପର୍ୟ୍ୟନ୍ତ ହେବାକୁ ଯାଉଛି ଏବଂ ସେଇ ନିର୍ଦ୍ଧାରିତ ତାରିଖରେ ହିଁ ପୂଜା ହେବ । କୌଣସି ବେନାମୀ ଲୋକଙ୍କ ଖବର କିମ୍ବା ପଷ୍ଟରକୁ ବିଶ୍ୱାସ ନକରି ନିୟମ ରାଜାଙ୍କ ପୂଜାକୁ ସଫଳତାର ସହ ସମ୍ପୂର୍ଣ୍ଣ କରିବାକୁ ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି ନିୟମଗିରି ସୁରକ୍ଷା ସମିତି ଆବାହକ ସିକକା ଲଦ ।

jittmm
Leave A Reply

Your email address will not be published.