ବଲାଙ୍ଗିର, (ଦେବାଶିଷ ମିଶ୍ର) : ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନବଲାଙ୍ଗିର ଶାଖାର ଦ୍ୱୀବାର୍ଷିକ ସାଧାରଣ ସଭା ୟୁନିୟନର ସଭାପତି କମ୍ରେଡ ମଧୁ ସାହୁଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ୟୁନିୟନ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସାଧାରଣ ସଭାରେ ୟୁନିୟନର ଜୋନାଲ ମହାସଚିବ ଭୁବନେଶ୍ୱର କମ୍ରେଡ ପି.କେ. ପାଟଶାଣୀ ମୁଖ୍ୟ ଅତିଥି, ସମ୍ବଲପୁର ମଣ୍ଡଳ ସଂଯୋଜକ କମ୍ରେଡ ସୁନିଲ କୁମାର, କମ୍ରେଡ ସନ୍ତୋଷ କୁମାର ମିଶ୍ର, କମ୍ରେଡ କେ.ସି.ଜେନା ଓ ଜୋନାଲ ଯୁବ ସଂଯୋଜକ କମ୍ରେଡ ଅମ୍ରିତ କୁମାର ମିଶ୍ର ବିଶିଷ୍ଟ ଅତିଥି ରୂପେ ମଞ୍ଚାସିନ ଥିଲେ । ସଭା ଆରମ୍ଭରେ ବଲାଙ୍ଗିର ଷ୍ଟେସନ ମୁଖ୍ୟ ଫାଟକ ଠାରୁ ଅତିଥିମାନଙ୍କୁ ସ୍ୱାଗତ ସହ ଏକ ବିରାଟ ଶୋଭାଯାତ୍ରାରେ ସଭା ସ୍ଥଳକୁ ନିଆଯାଇଥିଲା । ଆୟୋଜିତ ସଭାରେ ୟୁନିୟନର ସଂପାଦକ କମ୍ରେଡ ମହେଶ୍ୱର ନାୟକ ବାର୍ଷିକ ବିବରଣୀ ଓ କମ୍ରେଡ ହରିବନ୍ଧୁ ହାତି ଆର୍ଥିକ ବିବରଣୀ ଉପସ୍ଥାପନ କରିଥିଲେ । ଜୋନାଲ ମହାସଚିବ କମ୍ରେଡ ପି.କେ. ପାଟଶାଣୀ ବର୍ତ୍ତମାନ ସମୟରେ କେନ୍ଦ୍ର ସରକାର ରେଳ ସଂସ୍ଥାନର ଘରୋଇକରଣ ଓ କର୍ମଚାରୀମାନଙ୍କ ଶୋଷଣ ବିଷୟରେ ବିଶେଷ ଆଲୋକପାତ କରିବା ସହ ଏହାର ମୁକାବିଲା ପାଇଁ କର୍ମଚାରୀମାନଙ୍କ ଏକତା ଓ ସଂଗ୍ରାମ ଜରୁରୀ ବୋଲି କହିଥିଲେ । ରେଳ ବିଭାଗ ଓ ରେଳ କର୍ମଚାରୀର ସଂପର୍କ ଏବଂ ରାଷ୍ଟ୍ର ଗଠନରେ ରେଳ କର୍ମଚାରୀମାନଙ୍କ ଭୂମିକାରେ ମଧ୍ୟ ଆଲୋଚନା କରିଥିଲେ । ଯୁବ ସଂଯୋଜକ ଅମ୍ରିତ କୁମାର ମିଶ୍ର ବର୍ତ୍ତମାନ ଘଡିସନ୍ଧି ମୁହୁର୍ତ୍ତରେ ଯୁବ ସମାଜର ଦାୟିତ୍ୱ ଓ କର୍ତ୍ତବ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏହା ପରେ ଦୁଇ ବର୍ଷ ପାଇଁ ୟୁନିୟନର କର୍ମକର୍ତ୍ତାମାନଙ୍କ ନାମ ମଣ୍ଡଳ ସଂଯୋଜକ ସୁନିଲ କୁମାର ଘୋଷଣା କରିଥିଲେ । ସଭାପତି ଭାବରେ କମ୍ରେଡ ମଧୁ ସାହୁ, ସଂପାଦକ ଭାବେ ମହେଶ୍ୱର ନାୟକ, କାର୍ଯ୍ୟକାରୀ ସଭାପତି ଭାବେ ସୈାମ୍ୟରଂଜନ ରଥ, ଉପସଭାପତି ଭାବେ ଲବ ସ୍ୱାଇଁ, ସହ-ସଂପାଦକ ଭାବେ ଶିବ କୁମାର ଗଉଡ, ସୁବାଷ ସାହୁ, ରାଣା ପ୍ରତାପ କୁମ୍ଭାର ଓ ଉଜଲ ସାହୁ, ସାଂଗଠାନିକ ସଂପାଦକ ଭାବେ ଉତ୍କଳ କୁମାର ସାହୁ ଓ ଅମର ସେନାପତି, କୋଷାଧ୍ୟକ୍ଷ ଭାବେ ହରିବନ୍ଧୁ ହାତି ଓ ଯୁଗ୍ମ କୋଷାଧ୍ୟକ୍ଷ ଭାବେ ମୀନାକ୍ଷୀ ସାଗର ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ । ଏହା ସହିତ ୧୦ଜଣିଆ ଯୁବ ସଂଗଠନ ଓ ୧୫ ଜଣିଆ ମହିଳା ଶାଖା ଗଠିତ ହୋଇଥିଲା । ଉକ୍ତ ସଭାରେ ବହୁ ସଂଖ୍ୟାରେ ରେଳ କର୍ମ·ରୀ ଯୋଗଦେଇଥିଲେ । ଶେଷରେ ସମସ୍ତ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ମହାସଚିବ ଫୁଲମାଳ ସହିତ ସ୍ୱାଗତ କରିଥିଲେ ଓ ସଭାପତି ମଧୁ ସାହୁ ସଭା ସାଙ୍ଗ ଘୋଷଣା କରିଥିଲେ ।