oum

ପଶ୍ଚିମ ଓଡ଼ିଶାର ପ୍ରଥମ ଇ-ଆର୍ଟ ମେଗାଜିନ୍‌ ଲୋକାର୍ପିତ

jsm

ସମ୍ବଲପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ଚିତ୍ରଶିଳ୍ପୀମାନଙ୍କ ବିଶ୍ୱ ସ୍ତରରେ ପରିଚିତ ତଥା ସ୍ଥାପିତ କରିବା ପାଇଁ ଏକ ମହତ ଉଦ୍ଦେଶ୍ୟ ନେଇ ଓଡ଼ିଶା ଆର୍ଟିଷ୍ଟ୍‌ ଗ୍ରୁପ୍‌ର ଦୀର୍ଘ ଦିନର ପ୍ରୟାସର ସଫଳ ରୂପାୟନ ହୋଇଛି । କରୋନା ସଂକ୍ରମଣ କାଳରେ ସରକାରୀ ନୀତିନିୟମକୁ ସମ୍ମାନ ଜଣାଇ ଆଜି ଦିନ ୧୧ଟା ସମୟରେ ସୋସିଏଲ୍‌ ମିଡ଼ିଆରେ ପଶ୍ଚିମ ଓଡ଼ିଶାର ପ୍ରଥମ ଇ-ଆର୍ଟ ମେଗାଜିନ୍‌ ଲୋକାର୍ପିତ ହୋଇଯାଇଛି । ଚିତ୍ରଶିଳ୍ପୀ ଶାନ୍ତନୁ ଦାସ, ପ୍ରଶାନ୍ତ ମାଝୀ, ସଂଜୟ ସାହୁଙ୍କ ସଂପାଦନା ତଥା ସୁଦାମ ପଣ୍ଡା, ବନ୍ଦନା ପଣ୍ଡା, ଅନୀଲ କେରକେଟାଙ୍କ ସହ ସଂପାଦନାରେ ସଂପୃକ୍ତ ମେଗାଜିନ୍‌ରେ ୧୫ ଜଣ ତରୁଣୀ ଓ ପ୍ରବୀଣ ଚିତ୍ରଶିଳ୍ପୀଙ୍କ ଉଚ୍ଚକୋଟୀର ଚିତ୍ରକୃତି ସ୍ଥାନ ପାଇଥିବା ବେଳେ ପୋଟ୍ରେଟ୍‌ ଅଫ୍‌ ଏନ୍‌ ଆର୍ଟିଷ୍ଟ ଶିର୍ଷକରେ ବରିଷ୍ଠ ଚିତ୍ରଶିଳ୍ପୀ ଭୋଳାନାଥ ନାୟକଙ୍କ ଜୀବନ ଓ ସୃଜନ ସ୍ଥାନୀତ ହୋଇଛି । ମେଗାଜିନର ପ୍ରଚ୍ଛଦରେ ଚିତ୍ରଶିଳ୍ପୀ ସଂଜୟ ସାହୁଙ୍କ ପେଣ୍ଠିଂ ଶୋଭା ପାଉଥିବା ବେଳେ ଇ-ମେଗାଜିନ୍‌ର ପରିକଳ୍ପନା ଏବଂ ଗ୍ରାଫିକ୍‌ ଡିଜାଇନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଶାନ୍ତନୁ ଦାସ । ୱେବ୍‌ ଏଡ଼ିଟର୍‌ ଭାବରେ ଆଶିଷ କୁମାର ପତି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଳାଇଛନ୍ତି ।

Leave A Reply

Your email address will not be published.