oum

୮ ଜଣଙ୍କୁ ଧକ୍କା ଦେଲା ପରେ କାନ୍ଥରେ ପିଟି ହୋଇ ଜଳିଗଲା କାର୍‌

jsm

ଭୁବନେଶ୍ୱର, (ସୁଶାନ୍ତ ସହୁ) : ୮ ଜଣଙ୍କୁ ଧକ୍କା ଦେଲା ପରେ କାନ୍ଥରେ ପିଟି ହୋଇ ଏକ କାର୍‌ ଜଳିଯାଇଛି । ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଶ୍ରୀଲିଙ୍ଗରାଜ ମନ୍ଦିର-କପିଳେଶ୍ୱର ରାସ୍ତାରେ ବେପରୁଆ ଭାବେ କାର୍‌ ଚଳାଇ ମଦ୍ୟପ ଚାଳକ ୮ରୁ ଅଧିକ ଲୋକଙ୍କୁ ଆହତ କରିଥିବା ସୂଚନା ମିଳିଛି । ଉତ୍ତ୍ୟକ୍ତ ଲୋକେ ଦୁଇ ଯୁବକଙ୍କୁ ଉତ୍ତମ ମଧ୍ୟମ ଦେବା ପରେ ପୁଲିସରେ ଜିମା ଦେଇଛନ୍ତି । ଏକ ଘର କାନ୍ଥରେ ପିଟି ହୋଇ ଜଳି ଯାଇଥିବା କାର୍‌କୁ ପୁଲିସ ଜବତ କରିବା ସହ ଦୁଇ ଯୁବକଙ୍କୁ ଅଟକ ରଖିଛି । ମଦ ନିଶାରେ ମାତାଲ୍‌ ଥିବା‌ ଚାଳକ ପ୍ରଥମେ ଦୁଇଜଣ ପର୍ୟ୍ୟଟକଙ୍କୁ ଧକ୍କା ଦେଇଥିଲା । ପରେ ଖରାଖିଆ ନିକଟରେ ମନୋଜ ନାମକ ଯୁବକଙ୍କୁ ଧକ୍କା ଦେଇଥିବା ପରେ କପିଳେଶ୍ୱର ମନ୍ଦିରକୁ ଦର୍ଶନ କରିବାକୁ ଯାଉଥିବା ସ୍ବାମୀ, ସ୍ତ୍ରୀ ଓ ଏକ ଛୋଟ ପିଲାକୁ ଧକ୍କା ଦେଇଥିବା କୁହାଯାଇଛି । ବାଟଯାକ ଦୁର୍ଘଟଣା ଘଟାଇ ଫେରାର୍ ହେଉଥିବା କାର୍‌ ହଠାତ୍‌ ଭାରସାମ୍ୟ ହରାଇ ଏକ କାନ୍ଥରେ ପିଟି ହୋଇଥିଲା । ଫଳରେ କାର୍‌ରେ ନିଆଁ ଲାଗି ଯାଇଥିବା କୁହାଯାଇଛି ।

Leave A Reply

Your email address will not be published.