oom

ଯୁବ ଡୁମାଲ ସମାଜ ପକ୍ଷରୁ ମାଁ ମାହେଶ୍ଵରୀ ସେନା ସଂଗଠନ ଗଠିତ

jsmm

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ମାଁ ମାହେଶ୍ୱରୀ ସେନା ପକ୍ଷରୁ ଶନିବାର ଦିନ ସ୍ଥାନୀୟ ବଲାଙ୍ଗିର ଶାନ୍ତିପଡା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଡୁମାଲ ସମାଜ ବହୁ ଲୋକ ଯୋଗ ଦେଇ ବଲାଙ୍ଗିର ସହରର ଯୁବ ଡୁମାଲ ଜାତି ଭାଇମାନଙ୍କୁ ନେଇ “ମାଁ ମାହେଶ୍ୱରୀ ସେନା” ସଂଗଠନ ଗଠନ କରାଯାଇଥିଲା । ମାଁ ମାହେଶ୍ଵରୀ ସେନାର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ କାର୍ୟ୍ୟ ସମ୍ବନ୍ଧରେ ଆଲୋଚନା କରାଯାଇ ବଲାଙ୍ଗିର ସହର ଓ ଆଖପାଖ ଅଂଚଳରେ କେମିତି ସେବା, ସହଯୋଗ, ସମର୍ପଣ ମନୋଭାବ ନେଇ ମାଁ ମାହେଶ୍ୱରୀ ସେନା ଲୋକଙ୍କ ପାଖରେ ପହଞ୍ଚି ସାମାଜିକ ସେବା ଯୋଗାଇବ ସେ ନେଇ ଆଲୋଚନା କରାଯାଇଥିଲା । ଏହି ସଂଗଠନର ସଭାପତି ଭାବରେ ଥବିର କର୍ମୀ, ଉପ ସଭାପତି ସୁରେଶ କମ୍ପ, ସଂପାଦକ ପାର୍ଥ କୁମାର କର୍ଣ୍ଣ, ସହ ସଂପାଦକ ସନ୍ତୋଷ କର୍ମୀ, କୋଷାଧ୍ୟକ୍ଷ ନାରାୟଣ ମହାକୁର, ସହ କୋଷାଧ୍ୟକ୍ଷ ସୁମେଶ ଡାଙ୍ଗ ଏବଂ ମିଡିଆ ପ୍ରଭାରୀ, ରିଙ୍କୁ ଗାଇଗରିଆଙ୍କୁ ଦାଇତ୍ବ ଦିଆଯାଇଥିଲା । ଶେଷରେ ରାଜେନ୍ଦ୍ର ନାରାୟଣ ବିଶ୍ୱବିଦ୍ୟାଳୟରେ ସ୍ନାତକ କଳା ଇତିହାସ ବିଭାଗରେ ଟପ୍ପର ହୋଇଥିବା ସମ୍ବିତ ମେସୁଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

jittmm
Leave A Reply

Your email address will not be published.